ଅସୁରେଶ୍ୱର ରଘୁନାଥଜୀଉଙ୍କ ପୀଠ ରେ ପ୍ରସିଦ୍ଧ ଶ୍ରୀ ରାମନବମୀ 

 ନିଶ୍ଚିନ୍ତକୋଇଲି,୦୬/୦୪/୨୦୨୫ (ଓଡିଶା ସମାଚାର /ଅଭୟ ଜେନା)-ଆଜି ହେଉଛି ପବିତ୍ର ଶ୍ରୀରାମ ନବମୀ । ମର୍ଯ୍ୟାଦା ପୁରୁଷ ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମ ଙ୍କ ଜନ୍ମଦିବସ । ଏଥିପାଇଁ ପୁରାଣ ପ୍ରସିଦ୍ଧ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ର ଅସୁରେଶ୍ୱର ରଘୁନାଥଜୀଉ ମନ୍ଦିର ରେ  ସକାଳୁ ସକାଳୁ ଶ୍ରଦ୍ଧାଳୁ ଭକ୍ତ ମାନଙ୍କର ପ୍ରବଳ ଭିଡ ପରିଲକ୍ଷିତ ହୋଇଛି ।

ହଜାର ହଜାର ଶ୍ରଦ୍ଧାଳୁ ଭକ୍ତମାନଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାରିକେଟ ଵ୍ୟଵସ୍ଥା କରାଯାଇଥିବା ବେଳେ, ଭିଡକୁ ଦେଖି ପୋଲିସ ପକ୍ଷରୁ ମଧ୍ୟ କଡା ସୁରକ୍ଷା ଯୋଗାଇ ଦିଆଯାଇଛି । ଶୃଙ୍ଖଳିତ ଭାବେ ଧାଡିରେ ଆସି ଭକ୍ତମାନେ ଦୀପ , ଧୂପ ଲଗାଇ ପୂଜାର୍ଚ୍ଚନା କରିବା ସହ ଭୋଗଲାଗି କରୁଥିବା ଦେଖିବାକୁ ମିଳିଛି । ସେପଟେ ମାନସିକଧାରୀ ଭକ୍ତ ମାନେ ଉପବାସ ରଖି ବାଣ ଫୁଟାଉ ଛନ୍ତି  ।

ରୀତିନୀତି ଅନୁସାରେ ପ୍ରଭାତ ରୁ ପୂଜକ ମାନଙ୍କ ଦ୍ୱାରା  ମନ୍ଦିରରେ ପୂଜା ନୀତି ଆରମ୍ଭ ହୋଇ ଠିକଭାବେ ଚାଲିଥିବା ପୂଜକମାନେ କହିଛନ୍ତି ।  ମନ୍ଦିର ଟ୍ରଷ୍ଟବୋର୍ଡ ପକ୍ଷରୁ ସବୁ ପ୍ରକାର ଵ୍ୟଵସ୍ଥା କରାଯାଇଛି ବୋଲି ଟ୍ରଷ୍ଟବୋର୍ଡ ପକ୍ଷରୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *