ବିଶ୍ୱାସ ସେବିକା ମହାବିଦ୍ୟାଳୟରେ ଯୋଗ ଶିବିର

ଭୁବନେଶ୍ୱର, ୨୨/୦୨/୨୦୨୪ (ଓଡ଼ିଶା ସମାଚାର)-ଖୋର୍ଦ୍ଧାସ୍ଥିତ ‘ବିଶ୍ୱାସ ସେବିକା ମହାବିଦ୍ୟାଳୟ’ ପରିସରରେ ଏକ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି । ଛାତ୍ରଛାତ୍ରୀମାନଙ୍କର ମାନସିକ ଏବଂ ଶାରିରୀକ ସ୍ୱାସ୍ଥ୍ୟ ବିକାଶ ନିମନ୍ତେ ‘ବିଶ୍ୱାସ’ ଅନୁଷ୍ଠାନର ଅଧ୍ୟକ୍ଷ ଡଃ ପ୍ରଜ୍ଞାନ ରଞ୍ଜନ ଘଡାଇଙ୍କର ଦିଗ୍ ଦର୍ଶନରେ ‘ଭାରତୀୟ ଯୋଗ ସଂସ୍ଥାନ’ ଓଡିଶା ପ୍ରାନ୍ତରର ମୁଖ୍ୟ ଯୋଗଗୁରୁ ଶ୍ରୀଯୁକ୍ତ ରାମେୟ ରେ‡ୀ ଏବଂ ଅନ୍ୟ ସହଯୋଗା ଯୋଗଗୁରୁଙ୍କ ଦ୍ୱାରା ବିଭିନ୍ନ ଯୋଗାସନ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରଯାଇଥିଲା । ଉକ୍ତ ଶିବିରରେ ଅନୁଷ୍ଠାନର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, ଅନ୍ୟାନ୍ୟ କର୍ମଚାରୀ ଏବଂ ଛାତ୍ରଛାତ୍ରୀ ଉତ୍ସାହର ସହ ଯୋଗଦାନ କରି ଯୋଗ ଶିକ୍ଷା ଲାଭ କରିଥିଲେ ।

Leave a Reply

Your email address will not be published. Required fields are marked *