ପୁରୀ,୧୬/୧୧/୨୦୨୫(ଓଡ଼ିଶା ସମାଚାର)- ବାଶେଳୀସାହି ସ୍ଥିତ ମୁଦୁଲି ଜାଗାକଲ୍ୟାଣ ମଣ୍ଡପ ଠାରେ ପୁରୀର ବରିଷ୍ଠ ସାମ୍ବାଦିକ ତଥା ସମୟର ପୁରୀ ଜିଲା ପ୍ରତିନିଧି ବିଶ୍ୱଜିତ ପଟ୍ଟନାୟକଙ୍କ ଧର୍ମପତ୍ନୀ ସ୍ୱର୍ଗତା ସୁଚିତ୍ରାରାଣୀ ପଟ୍ଟନାୟକଙ୍କ ଏକାଦଶାହ ଅବସରରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଓ ଭଜନ ସମାରୋହ ଅନୁଷ୍ଠିତ ହୋଇଛି । ଜିଲା ସଂସ୍କୃତି ବିଭାଗ ଏବଂ ସୂଚନା ଲୋକସମ୍ପର୍କ ବିଭାଗ ମିଳିତ ଆନୁକୁଲ୍ୟରେ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ “ଦୟାନିଧି ସଙ୍ଗୀତ ସୁଧା’ ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଙ୍ଗୀତ ଅନୁଷ୍ଠାନ “ଦୟାନିଧି ସଙ୍ଗୀତ ସୁଧା’ର କଣ୍ଠଶିଳ୍ପୀମାନେ ଗୁରୁ ପ୍ରକାଶ କୁମାର ରଥଙ୍କ ସଂଯୋଜନାରେ ଅମର ଆତ୍ମାଙ୍କ ସତଗତି ନିମନ୍ତେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଉଦ୍ଧେଶ୍ୟରେ ଭକ୍ତିସଙ୍ଗୀତ ପରିବେଷଣ କରିଥିଲେ ।

କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ଅନୁଷ୍ଠାନର କଣ୍ଠଶିଳ୍ପୀମାନେ ହେଲେ କଲ୍ୟାଣମୟୀ ନାୟକ, ବନ୍ଦନା ଦାଶ, ଅସିତ କୁମାର ସାହୁ, ପ୍ରିତମ ବରାଡ ଏବଂ ଦିବ୍ୟଜ୍ୟୋତି ଦାଶ ବାଦ୍ୟଯନ୍ତ୍ର ରେ ସହଯୋଗୀତା କରିଥିଲେ ଶାରଦା ପ୍ରସନ୍ନ ମିଶ୍ର, ପ୍ରଶାନ୍ତ ରାଉତ, ମନୋଜ ମହାପାତ୍ର, ପ୍ରଭୁଦତ ବିଶ୍ୱାଳ, ମନେଷ କୁମାର ଶତପଥୀ ।
ଅନ୍ୟମାନଙ୍କ ମଧ୍ୟରେ ଜିଲା ସୂଚନା ଲୋକସମ୍ପର୍କ ବିଭାଗର ସହକାରୀ ନିର୍ଦେଶକ ସନ୍ତୋଷ କୁମାର ସେଠୀ, ସଂସ୍କୃତି ବିଭାଗ ତଥା ଅଧିକାରୀ ହେମନ୍ତ କୁମାର ବେହେରା, ଉତ୍କଳ ସାମ୍ୱାଦିକ ସଂଘ ଓଡ଼ିଶା, ରାଜ୍ୟ ସଭାପତି ବିଭୂତି ଭୂଷଣ କର, କାର୍ଯ୍ୟକାରୀ ସଭାପତି ପୂର୍ଣ୍ଣ ଚନ୍ଦ୍ର ନାୟକ, ପୂରୀ ବାର ଆସୋସିଏସନ୍ ପୂର୍ବତନ ସଭାପତି ଆଇନଜୀବି ଭଗବାନ ମିଶ୍ର, ବର୍ତମାନ ସଭାପତି ପ୍ରେମାନନ୍ଦ ମହାନ୍ତି, ସାଧାରଣ ସମ୍ପାଦକ ଶରତ ଚନ୍ଦ୍ର ରାୟଗୁରୁ, ଆଇନଜୀବି ଗୋପାଳ ପଣ୍ଡାଙ୍କ ସମେତ ସହରର ବହୁ ଆଇନଜୀବି, ସାମ୍ବାଦିକ, ବୁଦ୍ଧିଜୀବୀ, ଜିଲା କଂଗ୍ରେସ ସଭାପତି ରାଜେଶ କୁମାର ମିଶ୍ରଙ୍କ ସମେତ ବହୁ ବ୍ୟକ୍ତି ଯୋଗଦେଇ ଅମର ଆତ୍ମାର ସଦ୍ଗତି କାମନା କରିଥିଲେ ।
