କଟକ ସଦର,୨୦/୧୧/୨୦୨୬(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କମିଶନରେଟ କନ୍ଦରପୁର ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥର ଫକିରପଡା ନିକଟରେ ଗତ ଗୁରୁବାର ରାତିରେ ଜଣେ ମଟରସାଇକେଲ ଆରୋହୀ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଜଣାପଡିଛି।
ପ୍ରକାଶ ଯେ ମଟରସାଇକେଲ ଆରୋହୀ ସ୍ଥାନୀୟ କମାପୁର ଗ୍ରାମର ଦେବାଶିଷ ସାହୁ (୪୧) ରାତିରେ କଟକରୁ ଘରକୁ ଫେରୁଥିବା ବେଳେ ଫକିରପଡାରେ ଥିବା ଏକ ଢା଼ବା ନିକଟରେ ଏକ ଟ୍ରକ ପଛରେ ପିଟି ହୋଇ ଯାଇଥିଲେ।ଟ୍ରକର ଡ୍ରାଇଭର ଢାଵାରେ ଖାଇବା ପାଇଁ ଗାଡ଼ି ରଖିବାକୁ ବ୍ରେକ ମାରିବାରୁ ଟ୍ରକ ପଛରେ ଥିବା ମଟରସାଇକେଲ ଆରୋହୀ ଟ୍ରକ୍ ପଛରେ ପିଟି ହୋଇ ଯାଇଥିଲେ। ଗୁରୁତର ଆହତଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଦୂର୍ଘଟଣା ପରେ ଟ୍ରକଟି ଘଟଣା ସ୍ଥଳରୁ ଚମ୍ପଟ ମାରିଥିବା ଜଣାଯାଇଛି।
