ଭୁବନ ୧୦/୦୧/୨୦୨୬ (ଓଡ଼ିଶା ସମାଚାର)- ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟ +୨ ଓ +୩ ର ବାର୍ଷିକ କ୍ରୀଡା ଉତ୍ସବ ଜାନୁଆରୀ ୯ ଓ ୧୦ ତାରିଖ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଯାଇଛି। ଭୁବନ ଅଗ୍ନିଶମ ଅଧିକାରୀ ଶ୍ରୀଯୁକ୍ତ ମନୋରଞ୍ଜନ ବିଶ୍ଵାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବାର୍ଷିକ କ୍ରୀଡା ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି ସୁସ୍ଥ ଶରୀର ପାଇଁ କ୍ରୀଡା ଅପରିହାର୍ଯ୍ୟ । ଶରୀର ସୁସ୍ଥ ରହିଲେ ମନ ସୁସ୍ଥ ରହିବ ଓ ପାଠ ପଢ଼ାରେ ଆଗ୍ରହ ହେବ ବୋଲି ମତବ୍ୟକ୍ତ କରିଥିଲେ ।
+୩ ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ,+୨ ଅଧ୍ୟକ୍ଷା ଶ୍ରୀମତୀ ସୂପ୍ତିମୟି ସେନ,+୩ କ୍ରୀଡା ଶିକ୍ଷକ ଗଦାଧର ସାହୁ,+୨ କ୍ରୀଡା ଶିକ୍ଷୟିତ୍ରୀ ବାସନ୍ତୀ ବେହେରା ,ଅଧ୍ୟାପକ ପ୍ରଶାନ୍ତ ରାଉତ ରାୟ,ଅଧ୍ୟାପିକା ପ୍ରଣତୀ ବେହେରା ଉପସ୍ଥିତ ରହି କ୍ରୀଡା ଶୃଙ୍ଖଳା,ଶାରୀରିକ ଓ ମାନସିକ ଦୃଢ଼ତା କରିବାରେ ସହାୟକ ହୋଇଥାଏ ଏବଂ ଭାତୃଭାବ ସୃଷ୍ଟି କରିଥାଏ ବୋଲି କହିଥିଲେ । ସମୁଦାୟ ୧୩ ଟି ବିଭାଗରେ ୩୦୦ ରୁ ଉର୍ଦ୍ଧ୍ବ ଛାତ୍ରୀ ଅଂଶ ଗ୍ରହଣ କରିଥିଲେ। +୩ ପ୍ରଥମ ବର୍ଷ ଛାତ୍ରୀ ଦେବସ୍ମିତା ମହନ୍ତ ଓ +୨ ଦ୍ଵିତୀୟ ବର୍ଷ ଛାତ୍ରୀ ପୂଜା ମୁଣ୍ଡା ଚାମ୍ପିଅନ ହୋଇଥିଲେ ।
