ଆସନ୍ତା କାଲି ଠାରୁ ଭକ୍ତଙ୍କ ପାଇଁ ସାଧାରଣ ଦର୍ଶନ ପୁନଃ ଆରମ୍ଭ
କଟକ ସଦର, ୨୦/୧୧/୨୦୨୬(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ବାତ୍ୟା କୁ ଦୃଷ୍ଟିରେ ରଖି କଟକର ପ୍ରସିଦ୍ଧ ଶୈଵ କ୍ଷେତ୍ର ଧବଳେଶ୍ଵର ପୀଠକୁ ଶ୍ରଦ୍ଧାଳୁଙ୍କ ଆଗମନ ଉପରେ କଟକଣା ଲଗାଯାଇଥିଲା। ହେଲେ ବାତ୍ୟା ସ୍ଥିତିରେ ପରିବର୍ତ୍ତନ ଆସିଥିବାରୁ ଆସନ୍ତା କାଲି ଶନିବାର ୨୧ ତାରିଖ ଠାରୁ ଧବଳେଶ୍ଵର ପୀଠରେ ଶ୍ରଦ୍ଧାଳୁଙ୍କ ସାଧାରଣ ଦର୍ଶନ ପୁନଃ ଆରମ୍ଭ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଵା ଜଣାପଡିଛି।
