ସାଲେପୁର,୨୦/୧୧/୨୦୨୬(ଓଡିଶା ସମାଚାର/ଅଭୟ ଜେନା)ସାଲେପୁର ବ୍ଲକର ହେଡକ୍ୱାଟର୍ ପଞ୍ଚାୟତ ଚଦ୍ରାଦେଇପୁର ଅଧିନରେ ଥିବା ୧୮ ନମ୍ବର ୱାର୍ଡ ର ୭ଟି ପରିବାର ରହୁଥିବା ବାସ ସ୍ଥାନକୁ ସ୍ବାଧୀନତାର ବର୍ଷ ପରେ ମଧ୍ୟ ଘରକୁ ଯିବାପାଇଁ ପକା ରାସ୍ତା ଟିଏ ନାହିଁ।
ନବ ଗଠିତ ସାଲେପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧୀନରେ ଥିବା ୭ ନମ୍ବର ୱାର୍ଡ ର ହୂରା ଉପର ରାସ୍ତା ଶୋଚନୀୟ ଅବସ୍ଥା ଏବେ ସ୍ଥାନିୟ ୭ଟି ପରିବାର ପାଇଁ ଗୁରୁତର ସମସ୍ୟା ପାଲଟିଛି।ପ୍ରାୟ ୫୦୦ମିଟର ଦୀର୍ଘ ଏହି ରାସ୍ତା ଉପରେ ସାତଟି ପରିବାର ଓ ବିଲବାଡି କୁ ଯିବାଆସିବା କରୁଛନ୍ତି | ଏହି ରାସ୍ତା ଉପରେଚାଷ କାର୍ଯ୍ୟ ନିମନ୍ତେ ମଧ୍ୟ ନିର୍ଭର କରିଥାନ୍ତି ଚାଷୀମାନେ | ବିଶେଷ କରି ବର୍ଷା ଦିନେ ରାସ୍ତାର ଅବସ୍ଥା ଅତ୍ୟନ୍ତ ଦୟନୀୟ ହୋଇପଡୁଛି।ରାସ୍ତା ର ଖାଲଖମା ଓ କାଦୁଅ ଯୋଗୁଁ ଲୋକଙ୍କ ଯାତାୟତ ଏକପ୍ରକାର ଦୂର୍ବୀସହ ହୋଇପଡୁଛି।
ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି , ଏହି ରାସ୍ତାରେ ବର୍ଷା ହେଲେ ଜରୁରୀ କାଳୀନ ସେବା ଓ ଯାତାୟତ ପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଏହି ରାସ୍ତାଟି କୋଟିଆ ଅଞ୍ଚଳଠାରୁ କମ ନୁହେଁବୋଲି କୁହାଯାଉଛି । କାରଣ ଏହି ରାସ୍ତାଟି ୧୮ଓ୧୯ ୱାର୍ଡ ମଧ୍ୟରେ ହୋଇଥିବାରୁ ଏହି ରାସ୍ତାଟି ଉପରେ ପଞ୍ଚାୟତକୁ ଅବଗଚ କଲେ ମଧ୍ୟ ଏଥି ପ୍ରତି କାହାର ଦୃଷ୍ଟି ପଡ଼ୁନାହିଁ।ଯେହେତୁ ବିଜ୍ଞାପିତ ଅଞ୍ଚଳ ପରିଷଦ ହୋଇଛି ତେଣୁ ଭବିଷ୍ୟତରେ ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟି ଗୋଚର ହେଲେ ରାସ୍ତାଟିର କାମ ହୋଇପାରିବ ବୋଲି ଗ୍ରାମବାସୀ ମାନେ ବିଶ୍ଵାସ ରଖିଛନ୍ତି।
