ବେଆଇନ ବାଣ ପ୍ରସ୍ତୁତି ବେଳେ ବିସ୍ଫୋରଣ : ଜଣେ ଗୁରୁତର

ନିଶ୍ଚିନ୍ତକୋଇଲି,୧୨/୧୧/୨୦୨୫ ( ଓଡିଶା ସମାଚାର/ ଅଭୟ ଜେନା )- କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ନତକାଇ ପଞ୍ଚାୟତ ୩ ନମ୍ୱର୍ ୱାର୍ଡ ର ଭାଗ୍ୟଧର ମଲିକ ଙ୍କ ଘରେ ହୋଇଛି ବାଣ ବିସ୍ଫୋରଣ । ଏହି ଘଟଣାରେ ତାଙ୍କ ଝିଅ ଗୁରୁତର ଆହତ ହୋଇଛନ୍ତି । ଦୀର୍ଘ ଦିନ ହେବ ନିଜ ଘରେ ବାଣ ଭିଡୁ ଥିଲେ । ମାତ୍ର ଆଜି ହଠାତ ବାଣ ବିସ୍ଫୋରଣ ଘଟିଥିଲା ।

ଗୁରୁତର ଆହତଙ୍କୁ ପ୍ରଥମେ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ କଟକ ସ୍ଥାନାନ୍ତର କରାଯାଇଛି । ଘଟଣା ସ୍ଥଳରେ ନିଶ୍ଚିନ୍ତକୋଇଲି ଦମକଳ ବାହୀନି ଓ ପୋଲିସ୍ ପହଞ୍ଚି ଅଧିକ ତଦନ୍ତ ଚଳାଇଛନ୍ତି। ଏଠାରେ ଉଲ୍ଲେଖନୀୟ ଯେ ବାରମ୍ବାର ଅଭିଯୋଗ ସତ୍ୱେ ଜନବସତି ମଧ୍ୟରେ ଉକ୍ତ ବ୍ୟକ୍ତି ବାଣ ପ୍ରସ୍ତୁତି ଚଳାଇ ଥିଲେ । ପୋଲିସ କୁ ଜଣାଇଥିଲେ ହେଁ କୌଣସି ସୁଫଳ ମିଳୁ ନଥିଲା । ଗୁରୁତର  ମହିଳା ୬୦ ଭାଗ ପୋଡି ଯାଇଥିବା ଜଣାପଡିଛି । ପୋଲିସ ତଦନ୍ତ କୁ ଜୋରଦାର କରିଛି ।

Leave a Reply

Your email address will not be published. Required fields are marked *