କଟକ ସଦର, ୧୭/୦୯/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କିଶନନଗର ଥାନା ଅନ୍ତର୍ଗତ କଟକ ପାରାଦୀପ ରାସ୍ତା ର ନାନପୁର ବଜାର ନିକଟରେ ଆଜି ବୁଧବାର ଅପରାହ୍ନରେ ସ୍କୁଟିରୁ ଖସିପଡ଼ି ଜନୈକା ମହିଳା ସ୍ୱ।ସ୍ଥ୍ୟ କର୍ମୀଙ୍କର ଶୋଚନୀୟ ମୃତ୍ୟୁ ଘଟିଥିବା ଜଣାପଡିଛି।
ପ୍ରକାଶ ଯେ ବିରିଡ଼ି ସ୍ୱ।ସ୍ଥ୍ୟ କେନ୍ଦ୍ର ରେ କାର୍ଯ୍ୟରତ ଥିବା ରଘୁନାଥପୁର ଥାନା ଅନ୍ତର୍ଗତ ଗୋକୁଳପୁର ଗ୍ରାମର ମହିଳା ସ୍ୱ।ସ୍ଥ୍ୟ କର୍ମୀ ରେଳୁଵାଳା ନାୟକ (୫୯) ତାଙ୍କ ସ୍ୱ।ମୀ ମହେନ୍ଦ୍ର ରାଉତଙ୍କ ସ୍କୁଟିରେ ବସି ଘରକୁ ଯାଉଥିବା ବେଳେ ଏକ ମାଙ୍କଡ଼ ତାଙ୍କ ଉପରକୁ ଡେଇଁ ପଡ଼ିଥିଲା। ଭାରସାମ୍ୟ ହରାଇଥିବା ସ୍ୱ।ମୀଙ୍କ ସ୍କୁଟିରୁ ପତ୍ନୀ ଖସିପଡ଼ି ଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ରଘୁନାଥପୁର ଡାକ୍ତରଖାନା ନିଆଯାଇଥିବା ବେଳେ ଡ଼ାକ୍ତର ତାଙ୍କୁ ସେଠାରେ ମୃତ୍ୟୁ ଘୋଷଣା କରିଥିଲେ। ସୂଚନାଯୋଗ୍ୟ ଯେ ମୃତକା ରେଣୁବାଳା ମାତ୍ର ଏକମାସ ପରେ ଅବସର ନେବାର ଥିଲା ବୋଲି ଜଣାପଡିଛି।
