ଦୁଇଜଣ ଅନ୍ତଜିଲ୍ଲା ଡକାୟତ ଓ ଆଠ ଜଣ ରିସିଭର ଗିରଫ 

ସାଲେପୁର ୧୬/୦୪/୨୦୨୬ (ଓଡିଶା ସମାଚାର /ଅଭୟ ଜେନା )-କଟକ ଗ୍ରାମାଞ୍ଚଳ ପୋଲିସକୁ ମିଳିଛି ବଡ଼ ସଫଳତା ।  ସାଲେପୁର ଏସ ଡି ପିଓ ଙ୍କ ନେତୃତ୍ୱରେ  ଗଠିତ ସ୍ୱତନ୍ତ୍ର ପୋଲିସ ଟିମ ଏକ ବଡ଼ ସଫଳତା ହାସଲ କରି ପାରିଛି। ଜିଲ୍ଲାମଧ୍ୟରେ ରେ ସକ୍ରିୟ ଥିବା ଦୁଇ କୁଖ୍ୟାତ ଅପରାଧି ଚୋର ଗ୍ୟାଙ୍ଗକୁ ଧରିବା ସହିତ କୋଟି କୋଟି ଟଙ୍କାର ସୁନା ଓ ରୂପା ଗହଣା ଜବତ କରାଯାଇଛି।

ଏହି ମାମଲାରେ ୮ ଜଣ ରିସିଭର ଧରାଯାଇଥିବା ସୂଚନା ମିଳିଛି। ସାଲେପୁର ଏସ ଡି ପି ଓ ଙ୍କ କାର୍ଯ୍ୟାଳୟରେ ଆୟୋଜିତ ପ୍ରେସ୍‌ ମିଟ୍‌ରେ ପୋଲିସ ପକ୍ଷରୁ ଏହି ସମସ୍ତ ତଥ୍ୟ ଦେଇଛନ୍ତି କଟକ ଗ୍ରାମଞ୍ଚଳ ଏସପି ଭିନିତ ଅଗ୍ରୱାଲ । ଜବତ ସାମଗ୍ରୀ ମଧ୍ୟରେ ପ୍ରାୟ ୯୨୫ ଗ୍ରାମ ସୁନା ରହିଛି, ଯାହାର ଅନୁମାନିତ ମୂଲ୍ୟ ପ୍ରାୟ ୧ କୋଟି ୪୦ ଲକ୍ଷ ଟଙ୍କା। ସେହିପରି ୩ କିଲୋ ୧୦୦ ଗ୍ରାମ ରୂପା (ମୂଲ୍ୟ ପ୍ରାୟ ୮ ଲକ୍ଷ ଟଙ୍କା) ଓ ନଗଦ ୬୧ ହଜାର ୬ଶହ ଟଙ୍କା  ମଧ୍ୟ ଜବତ କରାଯାଇଛି।

ଏହା ସହିତ ଦୁଇଟି ଗାଡ଼ି ମହିନ୍ଦ୍ରା ଥାର (OD05-CF-0657) ଓ ଫୋର୍ଡ ଫିଗୋ(OD02X-8373), ଦୁଇଟି ୱାକି-ଟକି, ଦୁଇଟି ମୋବାଇଲ ଫୋନ୍‌ ସହିତ ଅନ୍ୟାନ୍ୟ ସାମଗ୍ରୀକୁ ମଧ୍ୟ ପୋଲିସ ଜବତ କରିଛି।ଏ ସମ୍ପର୍କରେ ଅଧିକ ତଦନ୍ତ ଚାଲିଛି । ଅନ୍ୟମାନଙ୍କ ସଂପୃକ୍ତି ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ଓ ଗିରଫ କରାଯିବ ବୋଲି କଟକ ଗ୍ରାମଞ୍ଚଳ ଏସ୍ପି ଭିନିତ ଅଗ୍ରୱାଲ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *