ବୋମା ଭିଡୁଥିବା ବେଳେ ବିସ୍ଫୋରଣ ଘଟି ୩ ଜଣ ଗୁରୁତର ଆହତ

କାମାକ୍ଷାନଗର,୧୯/୦୬/୨୦୨୬ (ଓଡ଼ିଶା ସମାଚାର)- ବୋମା ଭିଡିବା ବେଳେ ଅଘଟଣ। ଆଜି ଶୁକ୍ରବାର ପରଜଙ୍ଗ ଥାନା ଗଣ୍ଡତଇଳାରେ ଜନ୍ତୁ ଶିକାର ପାଇଁ ବୋମା ଭିଡୁଥିବା ବେଳେ ବିସ୍ଫୋରଣ ଘଟି ୩ ଜଣ ଗୁରୁତର ଆହତ ହୋଇଥିବା ଖବର ମିଳିଛି। ବିସ୍ଫୋର ରେ ଜଣଙ୍କ ହାତ ପାପୁଲି ଛିଣ୍ଡି ଯାଇଥିବା ବେଳେ ଅନ୍ୟ ୨ ଜଣ ପୋଡି ହୋଇ ଗୁରୁତର ଆହତ ହୋଇଥିବା ସୂଚନା। ଖବର ପାଇ ପରଜଙ୍ଗ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଇବା ସହିତ ଘଟଣାର ତଦନ୍ତ କରୁଛି।

 

Leave a Reply

Your email address will not be published. Required fields are marked *