ଟ୍ରେନରେ  କଟି ଅଜଣା ବ୍ୟକ୍ତି ମୃତ୍ୟୁ

ନିରାକାରପୁର, ୩୧/୦୧/୨୦୨୪ (ଓଡ଼ିଶା ସମାଚାର)- ଆଜି ଅପରାହ୍ନରେ ବାଲୁଗାଁ ରେଳ ଷ୍ଟେସନ ନିକଟ ଧୂଆଁଳ ଗ୍ରାମ ରେଳ ଟ୍ରାକରୁ ଜଣେ ଅଜଣା ବ୍ୟକ୍ତିଙ୍କ ଖଣ୍ଡ ବିଖଣ୍ଡିତ ମୃତ ଶରୀର ଉଦ୍ଧାର କରିଛି ଜିଆରପି ।ବ୍ୟକ୍ତି ଜଣଙ୍କ ଆନୁମାନିକ ବୟସ ୪୦ ବର୍ଷ ହେବ ବୋଲି ଜଣାପଡିଛି । ତେବେ ବ୍ୟକ୍ତି ଜଣକ କଳା ରଙ୍ଗର ପ୍ୟାଣ୍ଟ ଏବଂ କମଳା ରଙ୍ଗର ସାର୍ଟ ପିନ୍ଧିଥିବାର ଜଣାପଡିଛି । ସୂଚନା ପାଇ ନିରାକାରପୁର ଜିଆରପି ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି କେସ ନମ୍ବର ୮/୨୪ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ବ୍ୟକ୍ତି ଜଣକ କୌଣସି ଦ୍ରୁତଗାମୀ ଟ୍ରେନ ରୁ ଖସି ପଡ଼ିଥିବା ଅନୁମାନ କରାଯାଉଛି ।

Leave a Reply

Your email address will not be published. Required fields are marked *