ନିରାକାରପୁର, ୧୮/୦୧/୨୦୨୪ (ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ କମାଗୁରୁ ରାମଚନ୍ଦ୍ର କଳ୍ପନା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାଳିକା ଆତ୍ମରକ୍ଷା କୌଶଳ ଶିବିର ଉଦଘାଟିତ ହୋଇଯାଇଛି ।ଏହି ଶିବିରକୁ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ସୁଧାଂଶୁ ଶେଖର ମହାନ୍ତି ଉଦଘାଟନ କରି ଛାତ୍ରୀ ମାନଙ୍କୁ ଆତ୍ମରକ୍ଷା କୌଶଳ ଶିକ୍ଷାର ଆବଶ୍ୱକତା ସମ୍ବନ୍ଧରେ ବୁଝାଇଥିଲେ । ଅଧ୍ୟାପିକା ଡ ରେଣୁବାଳା ସାମନ୍ତରାୟଙ୍କ ତତ୍ୱାବଧାନରେ ୮ ଦିନ ଧରି ଏହି ଶିବିର ଅନୁଷ୍ଠିତ ହେବ । ଏହି ଉଦଘାଟନୀ ସଭାରେ ବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଯୋଗ ଦେଇଥିଲେ । ପ୍ରଶିକ୍ଷିକା ଆସମା ବେଗମ ଛାତ୍ରୀମାନଙ୍କୁ ଆତ୍ମ ରକ୍ଷା କୌଶଳ ପ୍ରଦାନ କରିବେ । ଅଧ୍ୟାପିକ ସସ୍ମିତା ସାହୁ ସଭା ପରିଚାଳନା କରିଥିଲେ ।
କମାଗୁରୁ ଜୁନିଅର କଲେଜରେ ବାଳିକା ଆତ୍ମରକ୍ଷା କୌଶଳ ଶିବିର ଉଦଘାଟିତ
