ଗୁଞ୍ଜ ଏବଂ ଇସ୍ବାର୍ଡ ତରଫରୁ ଶ୍ରମଦାନ ମାଧ୍ୟମରେ ସାମାଜିକ କାର୍ଯ୍ୟ ।

 ନିରାକାରପୁର, ୧୮/୦୧/୨୦୨୪ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ଇସ୍ବାର୍ଡ ଏବଂ ନୂଆଦିଲ୍ଲୀ ର ଶ୍ରେଷ୍ଠ ସାମାଜିକ ଅନୁଷ୍ଠାନ ଗୁଞ୍ଜ ଦ୍ଵାରା ଗୋଳଵାଇ ଗ୍ରାମ ପଞ୍ଚାୟତ ଅଧୀନ ଚନ୍ଦ୍ରମାପାଟପୁର ଓ ଗୋଳଵାଇ ଗ୍ରାମ ରେ ସୁସ୍ଥ ପରିବେଶ ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ଏବଂ ଶ୍ରମଦାନ ମାଧ୍ୟମରେ ଗ୍ରାମର ପୁରାତନ ପୁଷ୍କରିଣୀ, ଶ୍ମଶାନ ଓ ମନ୍ଦିର ଆଦି ସଫେଇ ପାଇଁ ନିଷ୍ପତ୍ତି କରାଯାଇଥିଲା। ୪ ଦିନ ଧରି ଗ୍ରାମର ୧୩୦ ପରିବାର ଏହି କାର୍ଯ୍ୟକ୍ରମ କରିଥିଲେ। ଶେଷରେ ଗୁଞ୍ଜ ତରଫରୁ ସେହି ପରିବାରକୁ ଜରିପାଲ, କମ୍ବଳ, ପ୍ଲାଷ୍ଟିକ ଵାଲତି ଓ ମଗ୍ ଉପହାର ସାମଗ୍ରୀ ପ୍ରଦାନ କରାଯାଇଥିଲା। ସୁସ୍ଥ ପରିବେଶ ଦ୍ୱାରା ଜନସାଧାରଣ ବିଭିନ୍ନ ପ୍ରକାରର ରୋଗରୁ ରକ୍ଷା ପାଇ ପାରିବେ ବୋଲି ଆଲୋଚନା କରା ଯାଇଥିଲା ଏବଂ ଗ୍ରାମବାସୀ ମାନେ ଏହି ମହତ୍ କାର୍ଯ୍ୟ କୁ ପ୍ରଶଂସା କରିଥିଲେ।ଏହି କାର୍ଯ୍ୟକ୍ରମ କୁ ଇସ୍ବାର୍ଡ ର ସଂପାଦକ ମୃତ୍ୟୁଞ୍ଜୟ ପ୍ରଧାନ, କାର୍ଯ୍ୟକ୍ରମ ଅଧିକାରୀ ରବିନ୍ଦ୍ର କୁମାର ନାୟକ ଏବଂ ଗୁଞ୍ଜ ର କ୍ଷେତ୍ର ଅଧିକାରୀ ଅଶୋକ କୁମାର ବେହେରା ସଂପୂର୍ଣ୍ଣ ପରିଚାଳନା କରିଥିଲେ। ଗୁଞ୍ଜ ଅନୁଷ୍ଠାନ ର ଏହିଭଳି ଗ୍ରାମାଭିମୁଖି କାର୍ଯ୍ୟକ୍ରମ କୁ ଓଡ଼ିଶା ମୁଖ୍ୟ ଶ୍ରୀ ଯୁକ୍ତ ସୁରେଶ୍ କୁମାର ସଫଳ ପାଇଁ ପଦକ୍ଷେପ ନେଇଥିବାରୁ ଅଂଚଳ ବାସୀ ବେଶ୍ ପ୍ରଶଂସା କରିଥିଲେ।

Leave a Reply

Your email address will not be published. Required fields are marked *