ନିରାକାରପୁର,୨୩/୭/୨୦୨୪ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ ରାମଚନ୍ଦ୍ର କଳ୍ପନା ଉଚ୍ଚମାଧ୍ୟମିକ ବିଦ୍ୟାଳୟ, ପ୍ରକୃତିବିହାର, କମାଗୁରୁ ଜାତୀୟ ସେବା ଯୋଜନା ପୁରୁଷ ବିଭାଗ ର ସତନ୍ତ୍ର ସେବାଶିବିର ୨୦୨୪-୨୫ ଚଳିତ ଶିକ୍ଷା ବର୍ଷ ୧୧ ଜୁଲାଇ ୨୦୨୪ତାରିଖ ରେ ଉଦଘାଟନ କରାଯାଇଥିଲା ।ଏହି ଶିବିର ରେ ଅଧ୍ୟକ୍ଷ ସୁଧାଂଶୁ ଶେଖର ମହାନ୍ତି, ସମାଜ ସେବୀ ଗୋଦାବରୀ ସାହୂ, ସ।ମ୍ବ।ଦିକ ଦାଶରଥି ଶ୍ରୀଚନ୍ଦନ,୪୮ଜଣ ଶିବିରାର୍ଥୀ ଏବଂ ଜାତୀୟ ସେବା ଯୋଜନା ପୋଗ୍ରାମ ଅଫିସର ଜମ୍ବେଶ୍ୱର ଜୁଝାରସିଂହ ଉପସ୍ଥିତ ଥିଲେ ।ଶିବିର।ର୍ଥୀ ମାନଙ୍କୁ ଭ ବିଭିନ୍ନ ଅଧ୍ୟାପକ ମାନଙ୍କ ଜରିଆରେ ପ୍ରଶିକ୍ଷଣ ଦିଆ ଯିବା ସହିତ ୭ ଦିନ ଧରି ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସାମାଜିକ ସ୍ଥାନ ଏବଂ ମନ୍ଦିର ପ୍ରାଙ୍ଗଣ କୁ ପରିଷ୍କାର ପରିଚ୍ଛନ୍ନ୍ନ କରାଯାଇଥିଲା। ଏଥିରେ ଜିଲ୍ଲା ଯଂଯୋଜକ ଯୋଗ ଦେଇଥିଲେ। ଏହି ଉଦଯାପନୀ ଶିବିର ଉତ୍ସବ ରେ ଓଡିଶା ଉଚ୍ଚ ମାଧ୍ୟମିକ ପରିଷଦ ସଦସ୍ୟ ଡ଼. ପ୍ରଫୁଲ ଚନ୍ଦ୍ର ଧଳ, ପୂର୍ବତନ ବିଧାୟକ ଡ଼ ଦିଲୀପ ଶ୍ରୀଚନ୍ଦନ, ଜାତୀୟ ସେବାଯୋଜନା ପୋଗ୍ରାମ ଅଫିସର ଅଧ୍ୟାପିକା ଅନ୍ନପୂର୍ଣ୍ଣା ଚମ୍ପତ୍ତିରାୟ,ପ୍ରାଧ୍ୟାପକ ପ୍ରତାପ ଚନ୍ଦ୍ର ଛୋଟରାୟ ଜଗନ୍ନାଥ ମହାବିଦ୍ୟାଳୟ କାଇପାଦର, ଅଧ୍ୟକ୍ଷ ଶ୍ରୀଯୁକ୍ତ ସୁଧାଂଶୁ ଶେଖର ମହାନ୍ତି, ପ୍ରଶାସନ ଅଧିକାରିଣୀ ଡ଼. ରେଣୁବାଳା ସାମନ୍ତରାୟ, ସାମ୍ବାଦିକ ଦାଶରଥୀ ଶ୍ରୀଚନ୍ଦନ, ପୋଗ୍ରାମ ଅଫିସର ଜମ୍ବେଶ୍ୱର ଜୁଝାରସିଂହ, ଅନୁଷ୍ଠାନର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ବୃନ୍ଦ ଉପସ୍ଥିତ ରହିଥିଲେ। ନିମନ୍ତ୍ରିତ ଅତିଥି ବୃନ୍ଦ ନିଜ ଆଶ୍ରିବଚନ ରେ ସମାଜ ଗଠନ ପାଇଁ ଛାତ୍ର ଛାତ୍ରୀ ମାନଙ୍କ ଭୂମିକା ବିଷୟରେ ବର୍ଣ୍ଣନା କରିବା ସହିତ ଡ଼ ଦିଲୀପ ଶ୍ରୀଚନ୍ଦନ ମା ପାଇଁ ଗଛ ଟିଏ ଲଗାଅ ଅଭିଯାନ ଶିବିରାର୍ଥୀ ଙ୍କ ହୃଦୟରେ ଗୁଞ୍ଜରିତ କରିଥିଲେ, ଶିବିରାର୍ଥୀ ଙ୍କୁ ପ୍ରମାଣ ପତ୍ର ପ୍ରଦାନ ପରେ ଜମ୍ବେଶ୍ୱର ଜୁଝାରସିଂହ ଧନ୍ୟବାଦ ଅର୍ପଣ କରିଥିଲେ।
ରାମଚନ୍ଦ୍ର କଳ୍ପନା ଉଚ୍ଚମାଧ୍ୟମିକ ବିଦ୍ୟାଳୟ ରେ ସତନ୍ତ୍ର ଜାତୀୟ ସେବା ଶିବିର
