ଲକ୍ଷ୍ମୀପୁର ୨୬/୦୮/୨୫ (ଓଡିଶା ସମାଚାର/ପ୍ରମୋଦ କୁମାର ଜେନା) ଆଜି ଲକ୍ଷ୍ମୀପୁର ମହାବିଦ୍ୟାଳୟ ପରିସରରେ ଓଡିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଦ୍ଵାରା ପ୍ରାୟୋଜିତ “ଇନୋଭେସନ ଏଣ୍ଡ ଷ୍ଟାର୍ଟ ଅପ”ଅନ୍ତର୍ଭୁକ୍ତ ଏକ ପ୍ରତିଯୋଗିତା କାର୍ଯ୍ୟକ୍ରମ ଆୟୋଜିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ସଭାପତିତ୍ବ କରି ଯୁକ୍ତ ତିନି ଅଧ୍ୟକ୍ଷ ବିଜୁ ମୁଦୁଲିଙ୍କ ସଭାପତିତ୍ୱ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୁକ୍ତ ଦୁଇ ଅଧ୍ୟକ୍ଷ ଗିରିଜା କୁମାର ଚୌଧୁରୀ ଯୋଗ ଦେଇଥିଲେ।
ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଭବିଷ୍ୟତରେ ଛାତ୍ର ଛାତ୍ରୀ ମାନେ କିପରି ସ୍ବାବଲମ୍ବୀ ହୋଇ ପାରିବେ ବୋଲି ଶ୍ରୀଯୁକ୍ତ ମୁଦୁଲି ପ୍ରକାଶ କରିଥିବା ବେଳେ ଏହାର ଗୁରୂତ୍ଵ ବିଷୟରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଚୌଧୁରୀ ଅବଗତ କରାଇ ଥିଲେ। ରିସୋର୍ସ ପର୍ସନ ଭାବେ ଓର୍ମାସ୍ ର ରାମେୟା ସିରିକା ଓ ଧବା ସିରିକା ଏଥିରେ ଯୋଗ ଦେଇ ହଳଦୀ, ମାଣ୍ଡିଆ, ଲେମନ ଗ୍ରାସ ତଥା ଅନ୍ୟାନ୍ୟ ଦ୍ରବ୍ୟରୁ କିପରି ବିଭିନ୍ନ ପ୍ରକାର ନିତ୍ୟ ବ୍ୟବହାର ଜିନିଷ ପ୍ରସ୍ତୁତ ହୋଇ ପାରିବ ସେ ସମ୍ବନ୍ଧିତ ବିଭିନ୍ନ ପ୍ରକାର ପଦ୍ଧତି ବର୍ଣ୍ଣନା କରିଥିଲେ। ହଳଦୀ, ମାଣ୍ଡିଆ ଏବଂ ଚାପମୁକ୍ତ ଶିକ୍ଷା ବିଷୟରେ ଏକ ପ୍ରତିଯୋଗିତା କରାଯାଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇ ଥିଲା। ଏହି କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ବରିଷ୍ଠ ଅଧ୍ୟାପିକା ତିଳୋତ୍ତମା ପଟ୍ଟନାୟକ ପରିଚାଳନା କରିଥିଲେ।
