ସାମ୍ବାଦିକ ମାନଙ୍କୁ ପେନସନ ଓ ସୁରକ୍ଷା ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

କେନ୍ଦ୍ରାପଡ଼ା, ୧୮/୦୧/୨୦୨୪ (ଓଡ଼ିଶା ସମାଚାର)- ସାରା ରାଜ୍ୟରେ ସାମ୍ବାଦିକମାନଙ୍କ ସୁରକ୍ଷା ସହ ପେନସନ ପ୍ରଦାନ ଦାବିରେ ଓଡିଶା ସାମ୍ବାଦିକ ୟୁନିୟନ ଓୟୁଜେ ଆହ୍ୱାନରେ ତମାମ ରାଜ୍ୟରେ ଆଜି ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇ ତୁରନ୍ତ ଏହି ଦାବି ପୂରଣ ପାଇଁ ଦାବି କରାଯାଇଛି । ଓୟୁଜେ ପକ୍ଷରୁ ଦୀର୍ଘ ବର୍ଷ ଧରି ସାମ୍ବାଦିକମାନଙ୍କ ସ୍ୱାର୍ଥ ରକ୍ଷା ପାଇଁ ଅହରହ ସଂଗ୍ରାମ ଜାରି ରହିଥିବା ବେଳେ ନବ ଗଠିତ ରାଜ୍ୟ ୟୁନିୟନର ପ୍ରଥମ ବୈଠକରେ ସାମ୍ବାଦିକଙ୍କୁ ତୁରନ୍ତ ପେନସନ ଓ ପ୍ରୋଟେକ୍ସନ ପ୍ରଦାନ ଉପରେ ଗୁରୁତ୍ୱ ଦିଆଯାଇଛି । ରାଜ୍ୟ ୟୁନିୟନ ପକ୍ଷରୁ ଆହୁତ ଏହି ଦାବିପତ୍ର ପ୍ରଦାନ କାର୍ଯ୍ୟକ୍ରମକୁ ସାରା ରାଜ୍ୟର ଜିଲା ୟୁନିଟ ମାନେ ପାଳନ କରୁଥିବା କ୍ରମରେ ଆଜି କେନ୍ଦ୍ରାପଡ଼ାରେ ସଭାପତି ପରେଶ ଦାସଙ୍କ ନେତୃତ୍ୱରେ ବହୁ ସଂଖ୍ୟକ ସଦସ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ସାଧାରଣ ସମ୍ପାଦକ ସ୍ନେହଜିତ ପଲାଇ, ଆଶିଷ ସେନାପତି, ଜ୍ୟୋତିର୍ମୟ ଜେନା, ଜଗନ୍ନାଥ ଦାସ, ଅକ୍ଷୟ ସାହୁ, ରବି ନାରାୟଣ ପତି, ଧୀରେନ୍ଦ୍ର ମିଶ୍ର, ପ୍ରମୋଦ ପ୍ରଧାନ, ସୁକାନ୍ତ ଦାଶ, ସୁବାଷ ସାମଲ, ସୁବାସ ସ୍ୱାଇଁ, ଲକ୍ଷ୍ମୀକାନ୍ତ ନାୟକ, ପ୍ରଫୁଲ୍ଲ ସାହୁ,ସାବିର ଖାଁ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଅତିରିକ୍ତ ଜିଲାପାଳ ପୀତାମ୍ବର ସାମଲଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *