କେନ୍ଦ୍ରାପଡା,୦୩/୦୨/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲାର ଆଳି ବ୍ଲକ ଅନ୍ତର୍ଗତ ଦଶିପୁର ଗ୍ରାମପଂଚାୟତଟି ହେଉଛି ନଦୀ ନାଳ ଘେରା ଅଂଚଳ । ପୂର୍ବରୁ ଏହି ପଂଚାୟତଟି ଦେମାଳ ଗ୍ରାମପଂଚାୟତ ଅଧିନସ୍ଥ ଦେମାଳ ପ୍ରାଥମିକ କୃଷି ସମବାୟ ସମିତି ଅଧିନରେ ଥିଲା । କିନ୍ତୁ ଏହି ଅଂଚଳର ଚାଷୀମାନେ ନଦୀନାଳ ପାର ହୋଇ ସେମାନଙ୍କ ଧାନକୁ ବୋହି ମଣ୍ଡିରେ ପହଂଚି ବିକ୍ରୀ କରିବା ସମ୍ଭବ ନୁହେଁ । ଏହି ଧାନମଣ୍ଡିକୁ ଧାନ ନେଇ ଯିବା ସମ୍ଭବ ହେଉନାହିଁ । ତେଣୁ ଦଶିପୁର ଗ୍ରାମପଂଚାୟତରେ ଏକ ମିନି ଧାନ ମଣ୍ଡି ଖୋଲାଯିବାକୁ ଦଶିପୁର ଅଂଚଳ ବାସୀଙ୍କ ପକ୍ଷରୁ ପୂର୍ବତନ ସରପଂଚ ବିବେକାନନ୍ଦ ଦାଶ, ମହନ୍ତ ସୁରଦାଶ ମହାରାଜ, ସରପଂଚ ପ୍ରଦୁ୍ୟମ୍ନ ମହାନ୍ତି,ରମେଶ ସାହୁ, ଶରତ କୁମାର କର, ପ୍ରକାଶ ପଣ୍ଡା, ନିରଞ୍ଜନ ସାହୁ, ଶାନ୍ତନୁ ମଳିକ, ପ୍ରମୋଦ ମଲିକ, ବିକ୍ରମ ମଳିକ ପ୍ରମୁଖ ସୋମବାର ପୌର ପରିଷଦ ଟାଉନହଲ ପରିସରରେ ଅନୁଷ୍ଠିତ ଜିଲା ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିରରେ ଜିଲାପାଳ ସ୍ମୃତିରଞ୍ଜନ ପ୍ରଧାନଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିବା ଜଣାପଡିÿଛି ।
ଦଶିପୁର ଗ୍ରାମପଂଚାୟତରେ ମିନି ଧାନମଣ୍ଡି ଖୋଲାଯିବାକୁ ଦାବି
