ଯାଜପୁର ,୩୦/୦୮/୨୦୨୬ (ଓଡ଼ିଶା ସମାଚାର)- ଜାତୀୟ କ୍ରୀଡା ଦିବସ ପାଳନ ଅବସରରେ ଯାଜପୁର ଜିଲ୍ଲା କ୍ରୀଡା ଓ ଯୁବ ସେବା ବିଭାଗ ପକ୍ଷରୁ ଏକ ସାଇକେଲ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା।

ଏହି ରାଲିକୁ ଯାଜପୁର ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶ୍ରୀ ପ୍ରଶାନ୍ତ ମାଝୀ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ରାଲିଟି ବରାହ ମନ୍ଦିରରୁ ଇନଡୋର ଷ୍ଟାଡିୟମ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା।ଜାତୀୟ କ୍ରୀଡ଼ା ଦିବସ-୨୦୨୬ ଅବସରରେ ମେଜର ଧ୍ୟାନଚାନ୍ଦଙ୍କ ଜନ୍ମବାର୍ଷିକୀ ପାଳନ, ଶାରୀରିକ ସୁସ୍ଥତା, ସାଧାରଣ ଜୀବନଶୈଳୀ, ପରିବେଶ ସଚେତନତା ଏବଂ ଯୁବସମାଜକୁ କ୍ରୀଡ଼ା ପ୍ରତି ଉତ୍ସାହିତ କରିବା ପାଇଁ ଏହି ରାଲି ସହାୟକ ହୋଇପାରିବ।
ଏଥିରେ ୨୦୦ରୁ ଉର୍ଦ୍ଧ୍ୱ ଅଂଶଗ୍ରହଣକାରୀ ଯେଉଁଥିରେ ଛାତ୍ରଛାତ୍ରୀ, କ୍ରୀଡାବିତ୍ ଓ ବିଭାଗୀୟ ଅଧିକାରୀମାନେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ଯୁବପିଢି ମଧ୍ୟରେ ସୁସ୍ଥତା ଓ କ୍ରୀଡା ପ୍ରତି ଆଗ୍ରହ ସୃଷ୍ଟି କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା।ଏହି ରାଲି କୁ ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ଫକୀର ମୋହନ ଟୁଡୁ ପରିଚାଳନା କରିଥିଲେ।
-0-
ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ
