ଜିଲ୍ଲାପାଳ ଙ୍କ ଜନ ଶୁଣାଣି ରେ ୭୪ ଟି ଅଭିଯୋଗ 

ଭୁବନ ୧୦/୧୧/୨୦୨୫ (ଓଡ଼ିଶା ସମାଚାର)-ଭୁବନ ପଞ୍ଚାୟତ ସମିତି ସଭାଗୃହରେ ଢେ଼ଙ୍କାନାଳ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏହି ଜନ ଶୁଣାଣୀ ଶିବିରରେ ସମୁଦାୟ ୭୪ ଟି ଅଭିଯୋଗ ଦାଖଲ ହୋଇଥିଲା । ସେଥି ମଧ୍ୟରୁ ୬୭ ଟି ବ୍ୟକ୍ତିଗତ ୪ ଟି ସାମୁହିକ ସମସ୍ୟା ଅନ୍ତର୍ଭୁକ୍ତ ଥିଲା । ଘଟଣା ସ୍ଥଳରେ ୧୦ ଟି ଅଭିଯୋଗର ସମାଧାନ ହୋଇଥିଲା ।

ଚିକିତ୍ସା ପାଇଁ ୩ ଜଣଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୬୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା।ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ, କାମାକ୍ଷା ନଗର ଉପକଣ୍ଠ ଆରକ୍ଷୀ ଅଧିକ୍ଷକ ରଜନୀ କାନ୍ତ ସାମଲ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଦିପ୍ତିକାନ୍ତ ସେଠୀ ,ଭୁବନ ବିଡ଼ିଓ ଆୟୁସି ମହାପାତ୍ରଙ୍କ ସମେତ ଅନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ଅଭିଯୋଗର ଶୁଣାଣୀ କରିଥିଲେ ।

Leave a Reply

Your email address will not be published. Required fields are marked *