ଫ୍ରିଡମ ର ଆକର୍ଷଣୀୟ ଅଫର ରେ ଗୃହିଣୀଙ୍କ ଗହଳି
କଟକ,୦୬/୧୧/୨୦୨୫ (ଓଡ଼ିଶା ସମାଚାର)- ଉତ୍କଳୀୟ କଳା ସଂସ୍କୃତି ତଥା ବାଣିଜ୍ୟକ ପେଣ୍ଠ ସ୍ଥଳ ଭାବେ ପରିଚିତ କଟକ ଐତିହାସିକ ବାଲିଯାତ୍ରା ବର୍ତ୍ତମାନ୍ ଚଳଚଞ୍ଚଳ ହୋଇପଡ଼ିଛି । ୮ ଦିନ ବ୍ୟାପି ଏହି ଐତିହାସିକ ବାଲିଯାତ୍ରାରେ ଦେଶ ତଥା ଦେଶ ବାହାରରୁ ବ୍ୟବସାୟୀ ମାନେ ତାଙ୍କର ପସରାକୁ ଏଠାରେ ମେଲାଇଥାନ୍ତି । ଏହି ଅବସରରେ ଭାରତ ବର୍ଷର ଏକ ନମ୍ବର ଖାଇବା ତେଲ ଭାବେ ପରିଚିତ ଫ୍ରିଡମ୍ ଷ୍ଟଲ ଆଜି (ଗୁରୁବାର) ସନ୍ଧ୍ୟାରେ ଉଦଘାଟିତ ହୋଇଯାଇଛି ।
ଏହି ଉଦଘାଟନୀ ଉତ୍ସବରେ ବାରବାଟୀ କଟକ ବିଧାୟିକା ସୋଫିଆ ଫିରଦୋଷ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି କଟକ ମହାନଗର ନିଗମ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ନୃପେନ୍ଦ୍ର ଶତପଥୀ, ଖାଦ୍ୟ ସୁରକ୍ଷା ଅଧିକାରୀ ରଶ୍ମିତା ବେହେରା ଏବଂ ଖାଦ୍ୟ ସ୍ବାସ୍ଥ୍ୟ ନିରୀକ୍ଷକ ଭଗବାନ ଲେଙ୍କା ପ୍ରମୁଖ ଯୋଗଦେଇ ଫ୍ରିଡମ ଷ୍ଟଲକୁ ଉଦଘାଟନ କରିଥିଲେ ।
ପ୍ରତ୍ୟେକ ଗ୍ରାହକ ୫ ଲିଟର ସନଫ୍ଲାୱାର ତେଲ କିଣିଲେ ଗୋଟିଏ ବାଲଟି ମାଗଣା ମିଳୁଥିବା ବେଳେ ରାଇସ ବ୍ରାନ୍ ୫ ଲିଟର ତେଲ କିଣିଲେ ଗୋଟିଏ ବାଲଟି ସମ୍ପୂର୍ଣ୍ଣ ଭାବେ ମାଗଣାରେ ଯୋଗାଇ ଦିଆଯାଉଛି । ଏଥିସହିତ ସନଫ୍ଲାୱାର୍ ୨ ଲିଟର ଏବଂ ସୋରିଷ ତେଲ ୧ ଲିଟର କମ୍ୱୋ ଅଫର ସହ ଆକର୍ଷଣୀୟ ଦରରେ ଯୋଗାଇ ଦିଆଯାଉଥିବା ବେଳେ ୫ ଲିଟର କଚିଘନି ସୋରିଷ ତେଲ ବକେଟ ଜାରରେ ମଧ୍ୟ ଆକର୍ଷଣୀୟ ଅଫରରେ ଗୃହିଣୀଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଛି ବୋଲି ଫ୍ରିଡମ ଓଡ଼ିଶା ହେଡ ଅମିୟ କୁମାର ଧଳ ସୂଚନା ଦେବା ସହିତ ବାଲିଯାତ୍ରାକୁ ଆସୁଥିବା ସମସ୍ତ ଗ୍ରାହକଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇ ତାଙ୍କର ସ୍ୱାସ୍ଥ୍ୟର ଉନ୍ନତି କାମନା କରିଥିଲେ ।
ଏହି କାର୍ଯ୍ୟକ୍ରମରେ ପ୍ରକାଶ କୁମାର ପାତ୍ର, ପ୍ରମୋଦ କୁମାର ଖିଲାର, ଅମିତ୍ କୁମାର ମହାନ୍ତି, ଆଶିଷ ଦାସ, ସମୀର କୁମାର ଜେନା, ଶରତ ପଟ୍ଟନାୟକ, ଜିବନେଶ୍ଵର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।
