ପାଟକୁରା,୦୬/୧୧/୨୦୨୫ (ଓଡିଶା ସମାଚାର)-ଆଜି ପୂର୍ବାହ୍ନରେ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ନେତୃତ୍ୱରେ ବିଜୁ ଜନତା ଦଳ ଗରଦପୁର ବ୍ଳକ ଶାଖା ତରଫରୁ ଏକ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଗରଦପୁର ଗ୍ରାମ ପଂଚାୟତର ବ୍ରହ୍ମପୁର ଗ୍ରାମରୁ ଏହି ପଦଯାତ୍ରା ବାହାରି ଗୋବରା ଛକ ପର୍ଯ୍ୟନ୍ତ ଯାଇଥିଲା । ପଦଯାତ୍ରାରେ ବ୍ଳକ ଅଧ୍ୟକ୍ଷ ଅଭୟ କୁମାର ମହାରାଜ, ବିଧାୟକଙ୍କ ବ୍ଳକ ପ୍ରତିନିଧି ତଥା ବିଜେଡି ଯୁବନେତା କ୍ଷିତୀଶ ଚନ୍ଦ୍ର ଦାଶ, ପୂର୍ବତନ ସରପଞ୍ଚ ଶୈଳେନ୍ଦ୍ର ମହାନ୍ତି, ସମିତି ସଭ୍ୟ ରାକେଶ ମହାପାତ୍ର, ପୂର୍ବତନ ବ୍ଳକ ଅଧ୍ୟକ୍ଷ ବାସୁଦେବ ବେହେରା,ଜିଲ୍ଲାପରିଷଦ ସଦସ୍ୟ ସତ୍ୟାନନ୍ଦ ରାଉତ, ସରପଂଚ ପ୍ରଭାତ ନଳିନୀ ଜେନା , ସରପଞ୍ଚ ଅନୁସୟା ବେହେରା, ବିଜେଡି ନେତା ଭଜହରୀ ସେନାପତି, ସମିତି ସଭ୍ୟ ଦିଲ୍ଲୀପ ସାହୁ,ପୂର୍ବତନ ସରପଞ୍ଚ ଗୋକୁଳା ନନ୍ଦ ବେହେରା, ସମାଜସେବୀ ଦିଲ୍ଲୀପ ସେଠି ଙ୍କ ସମେତ ଦଳର ଅନେକ ଛାମୁଆ କର୍ମୀ ବିଜୁ ଜନତା ଦଳ ଜିନ୍ଦାବାଦ, ବିଜୁ ପଟନାୟକ ଜିନ୍ଦାବାଦ,ନବୀନ ପଟନାୟକ ଜିନ୍ଦାବାଦ,ବିଜୟ ମହାପାତ୍ର ଜିନ୍ଦାବାଦ,ଅରବିନ୍ଦ ଭାଇ ଜିନ୍ଦାବାଦ, ଶଙ୍ଖ ଚିହ୍ନ ଜିନ୍ଦାବାଦ ଇତ୍ୟାଦି ନାରା ଦେଇ ପଦଯାତ୍ରାରେଯାଉଥିଲେ ।

ଯିବା ବାଟରେ ବିଧାୟକ ଅରବିନ୍ଦ ମହାପାତ୍ର ଅନେକ ଲୋକଙ୍କୁ ସାକ୍ଷାତ କରି ସେମାନଙ୍କ ଦୁଃଖ ସୁଖ କଥା ପଚାରି ବୁଝିଥିଲେ । ନବୀନ ପଟନାୟକଙ୍କ ନେତୃତ୍ୱରେ ଚାଲିଥିବା ବିଜେଡି ସରକାର ସମୟରେ ସେମାନେ ଅଧିକ ସରକାରୀ ସୁବିଧା ପାଉଥିଲେ ନା ଏବେ ଅଧିକ ସରକାରୀ ସୁବିଧା ପାଉଛନ୍ତି ବୋଲିପଚାରି ଥିଲେ । ବିଜୁ ସ୍ୱାସ୍ଥ୍ୟ କାର୍ଡ ଭଲ ନା ଆୟୁଷ୍ମାନ କାର୍ଡ ଭଲ? ସେତେବେଳେ କୃଷକଙ୍କୁ ମିଳୁଥିବା କାଳିଆ ଯୋଜନା ଭାଲ ନା ପିଏମ କିସାନ ଭଲ ବୋଲି ପଚାରି ବୁଝିଥିଲେ । ସମେସ୍ତେ ପ୍ରାୟ ନବୀନ ସରକାର ସମୟରେ ଉପଲବ୍ଧ ହେଉଥିବା ସୁବିଧା ଅଧିକ ଭଲ ବୋଲି ବିଧାୟକଙ୍କୁ କହିଥିଲେ । ବିଧାୟକ ପଥପ୍ରାନ୍ତ ସଭାରେ କହିଥିଲେ ଯାହା ବିକାଶ ହୋଇଛି ତାହା ବିଜେଡି ସରକାରଙ୍କ ପାଇଁ ହୋଇଛି ଓ ନବୀନ ପଟନାୟକଙ୍କ ବଳିଷ୍ଠ ନେତୃତ୍ୱ ପାଇଁ ସମ୍ଭବ ହୋଇଛି । ବିଜେପି ସରକାରଙ୍କ ଦୁଇବର୍ଷ ଶାସନ କାଳ ମଧ୍ୟରେ ସବୁ ବିକାଶ ଠପ ହୋଇଛି । କେବଳ ରଙ୍ଗମରାରେ ସରକାରଙ୍କର ଦୁଇବର୍ଷ ଯାଇଛି ।

ଲୋକମାନେ ମନସ୍ତ କଲେଣି ପୁଣି ବିଜେଡିକୁ କ୍ଷମତାକୁ ଆଣିବାପାଇଁ । ପାଟକୁରା ଅଂଚଳର ବିକାଶ ବିଜେଡି ସରକାର ସମୟରେ ହୋଇଛି । ଏହି ବିକାଶ ଧାରାକୁ କେହି ଅଟକାଇ ପାରିବେ ନାହିଁ ବୋଲି ବିଧାୟକ କହିଥିଲେ । ଗରଦପୁର ବ୍ଲକର ସମସ୍ତ ଗ୍ରାମ ପଞ୍ଚାୟତରୁ ଛାମୁଆ କର୍ମୀ ମାନେ ଜନ ସମ୍ପର୍କ ପଦଯାତ୍ରାରେ ସାମିଲ ହୋଇଥିଲେ । ଏହାପରେ ବିଧାୟକ ପାଖଡ଼ ଗ୍ରାମ ପଞ୍ଚାୟତ ର ଶୀତଳ ପାଟଣା ଠାରୁ ଗରଦପୁର ପର୍ଯ୍ୟନ୍ତ ଥିବା ୨-୫୦ କିଲୋମିଟର ରାସ୍ତାର ପ୍ରଶସ୍ତି କରଣ କାର୍ଯ୍ୟର ଶିଳାନ୍ୟାସ କରିଥିଲେ । ଏହି ରାସ୍ତାର କାର୍ଯ୍ୟ ଗ୍ରାମ ଉନ୍ନୟନ ବିଭାଗ ଦ୍ୱାରା ହେବ ଓ ଏଥି ପାଇଁ ତିନି କୋଟି ଦଶ ଲକ୍ଷ ଟଙ୍କା ର ବ୍ୟୟବରାଦ ହୋଇଛି ।
ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ସମିତିସଭ୍ୟ ରଂଜିତ ପଣ୍ଡା,ବ୍ରଜ କିଶୋର ସାହୁ, ଅବନୀ ମହାପାତ୍ର, କ୍ଷୀରୋଦ ମହାନ୍ତି, ଗୋଲେକ ଚନ୍ଦ୍ର ସ୍ୱାଇଁ, ସେକ ମେହେରବାନ ଅଲ୍ଲୀ, ଲକ୍ଷ୍ମୀ ଦାଶ, ସମାଜସେବୀ ପ୍ରତାପ ସ୍ୱାଇଁ,ଶିକ୍ଷାବିତ ମାଧବାନନ୍ଦ ନାୟକ, ସରପଞ୍ଚ ସଂଯୁକ୍ତା ମହାପାତ୍ର, ସମାଜସେବୀ ଗଙ୍ଗାଧର ମିଶ୍ର, ସମାଜସେବୀ ଶ୍ରୀପତି ଲେଙ୍କା, ସମାଜସେବୀ ଦୁଃଖିଶ୍ୟାମ ସେନାପତି, ପୂର୍ବତନ ସରପଞ୍ଚ ଗୌରାଙ୍ଗ ପରିଡା, ସୀତାକାନ୍ତ ମହାପାତ୍ର, କୈଳାସ ଚନ୍ଦ୍ର ମିଶ୍ର, , ରାଜକିଶୋର ପରିଡା ଙ୍କ ସମେତ ଅନେକ ଛାମୁଆ କର୍ମୀ ସାମିଲ ହୋଇଥିଲେ ।
