ମହମ୍ମଦପୁର ବିଲସାହି ( ବିଲହାଟ) ଶ୍ରୀ ଶ୍ରୀ ପଂଚମୁଖୀ ହନୁମାନ ମନ୍ଦିରର ଦଶମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ୧୫ ରୁ

ନିଶ୍ଚିନ୍ତକୋଇଲି, ୧୩/୦୪/୨୦୨୪ (ଓଡ଼ିଶା ସମାଚାର)- ନିଶ୍ଚିନ୍ତକୋଇଲି ବ୍ଲକ୍ ମହମ୍ମଦପୁର ପଂଚାୟତ ଅନ୍ତର୍ଗତ ମହମ୍ମଦପୁର ବିଲସାହି ଠାରେ ପ୍ରତିଷ୍ଠିତ ଶ୍ରୀ ଶ୍ରୀ ପଂଚମୁଖୀ ହନୁମାନ ମନ୍ଦିରର ଦଶମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ଆସନ୍ତା ୧୫ ତାରିଖ ରୁ ଆରମ୍ଭ ହେବ । ଏହି ଉପଲକ୍ଷେ ୧୫ ତାରିଖ ସୋମବାର ଅଙ୍କୁରା ରୋପଣ ହେବ । ୧୬ ତାରିଖ ମଙ୍ଗଳବାର ସକାଳେ ପୂଣ୍ୟତୋୟା ଚିତ୍ରୋତ୍ପଳା ନଦୀରୁ ଘଟ ପୂଜା କରାଯାଇ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ କଳସୀ ଜଳ ଆଣି ଯଜ୍ଞ ମଣ୍ଡପରେ ସ୍ଥାପନ କରାଯିବା ସହିତ ମଣ୍ଡଳାଧିକରଣ,ଯଜ୍ଞାଧିବାସ , ସନ୍ଧ୍ୟାରେ ଲଉଡ଼ି ଖେଳ ପରିବେଷଣ କରାଯିବାର କାର୍ଯ୍ୟକ୍ରମ ରହିଛି ଓ ପ୍ରସାଦ ସେବନ । ସେହିପରି ୧୭ ତାରିଖ ବୁଧବାର ସୂର୍ଯ୍ୟପୂଜା, ଗୋ ପୂଜା, ରାମାଭିଷେକ,ଅଗ୍ନି ସ୍ଥାପନ,ରାମ ସହସ୍ର ନାମ , ଆହୂତି, ନବଗ୍ରହ ଆହୂତି,୧୦୮ ହନୁମାନ ଚାଳିଶା ପାଠ, ସନ୍ଧ୍ୟାରେ ଭଜନ ସମାରୋହ (ଶ୍ୱେତପଦ୍ମା ସଙ୍ଗୀତାଳୟ କଲଚରାଳ ଟ୍ରଷ୍ଟ, ନୟାପଲୀ, ଭୁବନେଶ୍ୱର) ଓ ପ୍ରସାଦ ସେବନ । ୧୮ ତାରିଖ ଗୁରୁବାର ସୂର୍ଯ୍ୟପୂଜା, ଗୋ ପୂଜା,ଶ୍ରୀ ହନୁମତ୍ ଦେବ ଷୋଡ଼ଷ ଉପଚାର , ଶ୍ରୀ ହନୁମତ୍ ସହସ୍ରନାମ ଆହୂତି , ଶତରୂଦ୍ର ଆହୂତି , ଅଷ୍ଟମ ପ୍ରହର ନାମ ଯଜ୍ଞ ଓ ପ୍ରସାଦ ସେବନ । ୧୯ ତାରିଖ ଶୁକ୍ରବାର ସୂର୍ଯ୍ୟପୂଜା, ଗୋ ପୂଜା, ସର୍ବ ଦେବ ଆହୂତି , ଶ୍ରମଦ୍ ଭାଗବତ୍ ଗୀତା ଆହୂତି . ସର୍ବ ଦେବାଦେବୀ ଆହୂତି ପୂର୍ଣ୍ଣାହୂତି ଓ ପ୍ରସାଦ ସେବନ ର କାର୍ଯ୍ୟକ୍ରମ ରହିଛି । ଏହି ସବୁ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଯୋଗଦେଇ ବିଭୁକୃପା ଲାଭ କରିବା ପାଇଁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *