ହାଟ ବସିଛି ରାଜ ରାସ୍ତାରେ, ଟ୍ରାଫିକ୍ ସମସ୍ୟା ଗୁରୁତର, ସ୍ଥାନାନ୍ତର ଦାବି

କଟକ ସଦର, ୦୬/୧୧/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ତଥା କିଶନନଗର ଥାନା ଅନ୍ତର୍ଗତ ଗଡମା ଠାରେ କଟକ ପାରାଦୀପ ରାଜ୍ୟ ରାଜପଥ ଉପରେ ସପ୍ତାହ ରେ ଦୁଇଥର ବସୁଥିବା ସକାଳୁଆ ହାଟ ପାଇଁ ଟ୍ରାଫିକ ସମସ୍ୟା ଦିନକୁ ଦିନ ଗୁରୁତର ହେଉଥିବା ଅଭିଯୋଗ ହେଉଛି।

ପ୍ରକାଶ ଯେ ଏହି ହାଟ ବୁଧବାର ଓ ଶନିବାର ଦୁଇଦିନ ମୂଖ୍ୟ କଟକ ପାରାଦୀପ ରାସ୍ତା ସହ ଗଡମା କିଶନନଗର ରାସ୍ତା କଡ଼ରେ ବସୁଥିବା ରୁ କ୍ରେତା ଓ ବିକ୍ରେତା ଙ୍କ ଗାଡ଼ି ମଟର ରହିବା ଯୋଗୁଁ ନାହିଁ ନଥିବା ଭିଡ଼ ପରିଲକ୍ଷିତ ହେଉଛି। ଯେଉଁଥିପାଇଁ ରାସ୍ତା ରେ ଗାଡି ମଟର ବିଶେଷ କରି ଜରୁରୀକାଳୀନ ଗାଡ଼ି ଚଳାଚଳ ରେ ଵାଧା ସୃଷ୍ଟି ହେଉଛି। ସମସ୍ତ ଙ୍କର ସୁବିଧା ଦୃଷ୍ଟିରୁ ଗଡମା ହାଟକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ସାଧାରଣରେ ଦାବି ହେଉଛି।

Leave a Reply

Your email address will not be published. Required fields are marked *