ଅଗ୍ନିବୀର(ବାୟୁସେନା)ଚୟନ ନିମନ୍ତେ ପରାମର୍ଶ ଶିବିର

କେନ୍ଦ୍ରାପଡ଼ା, ୨୬/୭/୨୦୨୪ (ଓଡ଼ିଶା ସମାଚାର)- ଜିଲା ଦକ୍ଷତା ବିକାଶ ଓ ନିୟୋଜନ କାର୍ଯ୍ୟାଳୟ ପକ୍ଷରୁ କାରଗିଲ ବିଜୟ ଦିବସ ଅବସରରେ ଅଗ୍ନିବୀର (ବାୟୁସେନା) ଚୟନ ନିମନ୍ତେ ଏକ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ, କେନ୍ଦ୍ରାପଡ଼ା ସାନ୍ଧ୍ୟ ମହାବିଦ୍ୟାଳୟ ଏବଂ ଛତାସ୍ଥିତ ସରକାରୀ ପଲିଟେକନିକ୍ ଠାରେ ଏହିି ଶିବିର ଆୟୋଜନ ହୋଇଥିଲା । ଏହି ଶିବିରରେ ଭୁବନେଶ୍ୱରସ୍ଥିତ ୯ ଏୟାରମ୍ୟାନ୍ ଚୟନ କେନ୍ଦ୍ରର ସରଜେଂଟ୍ ଦୀପକ ଏବଂ ରାହୁଲ ଯୋଗଦେଇ ବାୟୁସେନାରେ ଭର୍ତି ନିମନ୍ତେ ଆବଶ୍ୟକୀୟ ପ୍ରାକ୍ ପ୍ରସ୍ତୁତି ସମ୍ପର୍କରେ ବିଷଦ୍ ବର୍ଣ୍ଣନା କରିଥିଲେ । ଅନ୍ ଲାଇନ୍ ଫର୍ମ ପୁରଣଠାରୁ ଶାରୀରିକ ପରୀକ୍ଷା ପର୍ଯ୍ୟନ୍ତ ହେବାକୁ ଥିବା ସମସ୍ତ ଆବଶ୍ୟକୀୟ ପ୍ରସ୍ତୁତି ସମ୍ପର୍କରେ ଆଶାୟୀ ପିଲାଙ୍କୁ ଗୋଟିଗୋଟି କରି ବୁଝାଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଘନଶ୍ୟାମ ସା, ସମ୍ପୃକ୍ତ କଲେଜ ର ଅଧ୍ୟକ୍ଷ ଓ କର୍ମଚାରୀମାନେ ଆବଶ୍ୟକୀୟ ମନ୍ତବ୍ୟ ପ୍ରଦାନ କରିଥିଲେ । ୧୫୦ରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀ ଏହି ଶିବିରରେ ଅଂଶଗ୍ରହଣ କରି ଅଗ୍ନିବୀର (ବାୟୁ ସେନା)ରେ ନିଜର କ୍ୟାରିୟର କରିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ ।

Leave a Reply

Your email address will not be published. Required fields are marked *