ପଣ୍ଡିତ ନୀଳକଣ୍ଠ ଦାସଙ୍କ ୫୮ ତମ ଶ୍ରାଦ୍ଧ ଦିବସ ପାଳିତ

ଭୁବନେଶ୍ୱର,୦୬/୧୧/୨୦୨୫ (ଓଡ଼ିଶା ସମାଚାର)- ଆଜି ପୂର୍ବାହ୍ନ ୮ଟା ସମୟରେ ପଣ୍ଡିତ ନୀଳକଣ୍ଠ ଦାସଙ୍କ ୫୮ ତମ ଶ୍ରାଦ୍ଧ ଦିବସ ଉପଲକ୍ଷେ ସ୍ଥାନୀୟ ରବିନ୍ଦ୍ର ମଣ୍ଡପ ଛକ ସମ୍ମୁଖରେ ଥିବା ଉକ୍ତ ବିଶିଷ୍ଟ ବରପୁତ୍ରଙ୍କ ପ୍ରତିମୂର୍ତିରେ ଉତ୍କଳ ସମ୍ମିଳନୀ କେନ୍ଦ୍ରୀୟ କମିଟି ପକ୍ଷରୁ ମାଲ୍ୟାର୍ପଣ ଓ ସ୍ମୃତି ଚାରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମ୍ମିଳନୀର ଉପସଭାପତି ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ସୁରେନ୍ଦ୍ରନାଥ ମହାନ୍ତି ସଭାପତିତ୍ୱ କରିଥିବାବେଳେ ସାଧାରଣ ସମ୍ପାଦକ ଡ଼ାକ୍ତର ରାଧାନାଥ ପ୍ରହରାଜ ଏହାକୁ ପରିଚାଳନା କରିଥିଲେ ।

ସଭାରେ ବକ୍ତାମାନେ ନୀଳକଣ୍ଠଙ୍କୁ ଉତ୍କଳ ସମ୍ମିଳନୀର ପୂର୍ବତନ ସଭାପତି, କେନ୍ଦ୍ର ବ୍ୟବସ୍ଥାପକ ସଭାର ସଦସ୍ୟ, ଓଡ଼ିଶା ବିଧାନସଭାର ବାଚସ୍ପତି ଓଡ଼ିଶା ସାହିତ୍ୟ ଏକାଡେମୀର ପ୍ରଥମ ସଭାପତି ତଥା ସ୍ଥାପୟିତା, କେନ୍ଦ୍ର ସାହିତ୍ୟ ଏକାଡେମୀ ସମ୍ମାନପ୍ରାପ୍ତ ପ୍ରତିଭା, ପଦ୍ମଭୂଷଣ ସମ୍ମାନ ପ୍ରାପ୍ତ ଇତ୍ୟାଦି ଅନନ୍ୟ ବ୍ୟକ୍ତିତ୍ୱ ଭାବରେ ଉପସ୍ଥାପନ କରି ତାଙ୍କ ଗୁଣାବଳୀର ଅବତାରଣା କରିଥିଲେ । ଏହି ପରିପ୍ରେକ୍ଷୀରେ ତାଙ୍କର ତ୍ୟାଗ, ବୁଦ୍ଧିମତା ଓ ପ୍ରଚଣ୍ଡ ବାଗ୍ମୀତା ହିଁ ତାଙ୍କୁ ସଫଳତାର ଚରମ ସୀମାକୁ ନେଇଥିବା କଥା ସର୍ବସମ୍ମତ ମତ ପ୍ରକାଶ ପାଇଥିଲା । ସୁତରାଂ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ଏହି ମହାନ ବ୍ୟକ୍ତିତ୍ୱଙ୍କୁ ଯଥୋଚିତ ସମ୍ମାନ ଦେବା ପାଇଁ ପଦକ୍ଷେପମାନ ନେବାକୁ ସଭାରେ ଦାବି କରାଯାଇଥିଲା ।

ଏହି କାର୍ଯ୍ୟକ୍ରମ ଦ୍ୱୟରେ ଅନ୍ୟମାନଙ୍କ ମଧ୍ୟରେ ସମ୍ମିଳନୀର ଉପସଭାପତି ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ପ୍ରଦୀପ୍ତ କୁମାର ମହାରଣା, କୋଷାଧ୍ୟକ୍ଷ ତ୍ରିନାଥ ସାମନ୍ତରାୟ, କାର୍ଯ୍ୟନିର୍ବାହୀ ସଦସ୍ୟ ଇଂ. ଜିତେନ୍ଦ୍ର କୁମାର ପାଢୀ, ପଠାଣୀ ଜେନା, ଯୁଗଳ କିଶୋର ନାୟକ, ଭରତ କୁମାର ଜେନା, ସବ୍ୟସାଚୀ ସାମନ୍ତରାୟ, ସନ୍ତୋଷ କୁମାର ମହାପାତ୍ର, ଗିରିଜା ଶଙ୍କର ମହାପାତ୍ର, ରମେଶଚନ୍ଦ୍ର ପାତାଳସିଂହ, ବିକାଶ ବେହେରା, କେଶବ ପାଇଲ, ଦେବେନ୍ଦ୍ର ନାଥ ସାହୁ, ଅନ୍ତର୍ଯ୍ୟାମୀ ସେନାପତି ଓ ଅମିତ ରଂଜନ ପାତାଳ ସିଂହ ପ୍ରମୁଖ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *