ବାଲିଗୁଡା,୧୯/୦୫/୨୫ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅଞ୍ଚଳର ଜଣେ ଯୁବତୀକୁ ଅଟୋ ରେ ଘରକୁ ଛାଡିବାକୁ କହି ଜୋର ଜବରଦସ୍ତ ନେଇ ତିନି ଜଣ ସାଙ୍ଗ ୭ ଦିନ ଏକ ଭଡା ଘରେ ରଖି ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପୀଡିତା ର ଅଭିଯୋଗ ଆଧାରରେ ପୁଲିସ ତିନିଜଣ ଯୁବକ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ଝିଅ କୁ ନେଇଥିବା ବ୍ୟବହୃତ ଅଟୋ କୁ ଜବତ କରିଛି ।
ଏ ନେଇ ଖବରଦାତା ସମ୍ମିଳନୀ କରି ବାଲିଗୁଡା ଏସଡିପିଓ ରମେନ୍ଦ୍ର ପ୍ରସାଦ ଓ ତଦନ୍ତ ଅଧିକାରୀ ଆଇଆଇସି ସମ୍ବିତ କୁମାର ସ୍ଵାଇଁ ଜଣାଇଛନ୍ତି । ଘଟଣା ରୁ ପ୍ରକାଶ ଯେ ଗତ ୧୧ ତାରିଖ ଦିନ ମଧ୍ୟାହ୍ନ ୧୧.୩୦ ସମୟରେ ଯୁବତୀ ଜଣକ ଔଷଧ ଆଣିବା ପାଇଁ ବଜାରକୁ ଆସିଥିଲା । ଘରକୁ
ଫେରିବା ସମୟରେ ସ୍ଥାନୀୟ ତ୍ରିବେଦୀ ପାର୍କ ସମ୍ମୁଖରୁ ଅଟୋ ଡ୍ରାଇଭର ଜଣକ ଯୁବତୀ କୁ ଘରେ ଛାଡିଦେବା ପାଇଁ କହିଥିଲା । ଏହି ସମୟରେ ଘରେ ଛାଡିବା ପରିବର୍ତ୍ତେ ଏକ ଭଡା ଘର ନିକଟକୁ ନେଇ ଜୋର ଜବରଦସ୍ତି ଟାଣି ନେଇ ଘର ବନ୍ଦ କରିଦେଇଥିଲା ।
ଏହା ପରେ ଅଟୋ ଚାଳକ ସହ ଦୁଇ ସାଙ୍ଗ ମିଶି ପୀଡିତାଙ୍କୁ ଦୁଷ୍କର୍ମ କରିଥିଲେ । ଦିନେ କି ଦୁଇ ଦିନ ନୁହଁ ୭ ଦିନ ଏଭଳି ଅତ୍ୟାଚାର କରିଥିବା ବିଷୟ ପୀଡିତା ଜଣକ କହିଛନ୍ତି । ଏ ନେଇ ୧୭ ତାରିଖ ଦିନ ବାଲିଗୁଡା ଥାନାରେ ଲିଖିତ ଅଭିଯୋଗ ପରେ ପୁଲିସ ୧୫୮/୨୫ ରେ ଏକ ମାମଲା ରୁଜୁ କରି ଗଣଦୁଷ୍କର୍ମ ମାମଲାରେ ୩ ଯୁବକକୁ ଏତଲା ର ୨୪ ଘଣ୍ଟା ନ ପୂରୁଣୁ ଗିରଫ କରିବା ସହ ଡାକ୍ତରୀ ମଇନା କରାଯାଇଛି ଓ ବ୍ୟବହୃତ ଅଟୋ ଜବତ କରି କୋର୍ଟ ଚାଲାଣ କରିଛି । ବାଲିଗୁଡା ଏସଡିପିଓ ରମେନ୍ଦ୍ର ପ୍ରସାଦ କହିଛନ୍ତି ମହିଳାଙ୍କ ଉପରେ କୌଣସି ଅତ୍ୟାଚାର ଖବର ଆସିଲେ କାହାରୀକୁ ଛଡା ଯିବ ନାହିଁ । ଏଣୁ ସଜାଗ ରହିବାକୁ ସତର୍କ କରିଥିଲେ ।
