କଟକ ସଦର, ୦୬/୧୧/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ତଥା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ଇଶାଣି ଵ୍ରହ୍ମପୁର ଖେଣ୍ଟାଳ ଠାରେ ଆଦିଶକ୍ତି ବୈଷୟିକ ଗ୍ରାମୀଣ ଉଦ୍ୟାନ ନିର୍ମାଣ କାର୍ଯ୍ୟ ପୁରୁଣା ଓ ମାଟି କାଦୁଅ ଲଗା ଇଟାରେ ନିର୍ମାଣ କରାଯାଉଥିବା ଅଭିଯୋଗ ହେଉଛି।
ଏହା କେବଳ କନିଷ୍ଠଯନ୍ତ୍ରୀ ଓ ଠିକାଦାର ଙ୍କ ସଲାସୁତୁରା ରେ ଏଭଳି ନିମ୍ନମାନର କାର୍ଯ୍ୟ ହେଉଥିବା ଅଭିଯୋଗ ହେଉଥିବା ବେଳେ ଏହାର ସ୍ଥାୟୀତ୍ବ କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେଥିରେ ଵାଡ କ୍ଷେତ ଖାଇବା ଭଳି ଖେଣ୍ଟାଳ ମୈ।ଜା ଖାତା ନଂ ୧୯୦,ପ୍ଲଟ୍ ନଂ ୧୫ କିସମ ଗୋଚର ଜମି ସହ ମହାନଦୀ କୂଳ ପଠାରେ ଏଭଳି ବେଆଇନ ନିର୍ମାଣ କରାଯାଉଥିବା ଅଭିଯୋଗ ହେଉଛି। ଏଥିପ୍ରତି ଗ୍ରୀନ୍ ଟ୍ରିବ୍ୟୁନାଲ୍ ଓ ରାଜ୍ୟ ସରକାର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।
