ସତ୍ୟନାରାୟଣ ପାଳକାର ସଂଘ ର ବାର୍ଷିକ ସମ୍ମିଳନୀ ।

ଯାଜପୁର, ୧୮/୦୧/୨୦୨୪ (ଓଡ଼ିଶା ସମାଚାର)- ପ୍ରତି ବର୍ଷ ପରି ଚଳିତ ବର୍ଷ ସତ୍ୟନାରାୟଣ ପାଲାକାର ସଂଘର ବିଂଶତମ ସମ୍ମିଳନୀ ଧର୍ମଶାଳା ବ୍ଲକ ନୀଳାଦେଈପୁର ଶନିଶ୍ଚର ପୀଠରେ ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ କଳାକାର ସମାବେଶ ଓ ସତ୍ୟନାରାୟଣଙ୍କ ଆସ୍ଥାନ ସ୍ଥାପନ କରାଯାଇ ସାହିତ୍ୟ ଓ ସମ୍ବଦ୍ଧନା ସଭା କାର୍ୟ୍ୟକ୍ରମ କରାଯାଇଥିଲା । ଅନୁଷ୍ଠାନ ର ସଭାପତି ବରିଷ୍ଠ ପାଲାକାର ଶ୍ରୀ ଦାଶରଥି ମିଶ୍ର ଙ୍କ ସଭାପତିତ୍ୱରେ ଆୟୋଜିତ ଉକ୍ତ ସଭାକୁ ଅଭୟପୁର ସରପଂଚ ଶ୍ରୀମତୀ ସ୍ନେହାଞ୍ଜଳି ଗନ୍ତାୟତ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ମୁଖ୍ୟ ଅତିଥି ଭାବେ ବାବା ବଳିଆ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଶ୍ରୀ ସନ୍ତୋଷ ପଟ୍ଟନାୟକ , ସମ୍ପାଦକ, ଅବିଭକ୍ତ କଟକ , ଶ୍ରୀଯୁକ୍ତ ପ୍ରଭାତ କୁମାର ରଥଶର୍ମା, ଶ୍ରୀଯୁକ୍ତ ଗୟାଧର ମହାପାତ୍ର, ସମ୍ପାଦକ, ଯାଜପୁର ଜିଲ୍ଲା ଶ୍ରୀଯୁକ୍ତ ଭରତ ଚନ୍ଦ୍ର ଶତପଥୀ, ପ୍ରତିଷ୍ଠାତା, ସତ୍ୟନାରାୟଣ ପାଲାକାର ସଂଘ , ଶ୍ରୀଯୁକ୍ତ କେଶବ ଚନ୍ଦ୍ର ବେହେରା, ଅ ଧ୍ୟକ୍ଷ, ଅଭ୍ୟର୍ଥନା କମିଟି ପ୍ରମୁଖ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *