କଟକ ସଦର ବ୍ଲକ ପକ୍ଷରୁ ଵୈୟାଳିସମୈ।ଜା ଠାରେ ଏକତା ପଦଯାତ୍ରା

କଟକ ସଦର,୨୫/୧୧/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଦେଶର ଏକତା କୁ ଯୋଡି ରଖିବାକୁ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଙ୍କ ୧୫୦ ତମ ଜୟନ୍ତୀ ରୁ ଆରମ୍ଭ ହୋଇଛି ଏକତା ପଦଯାତ୍ରା। ଏହି ପରିପ୍ରେକ୍ଷୀରେ କଟକ ସଦର ବ୍ଲକ ପ୍ରଶାସନ ପକ୍ଷରୁ ୪୨ ମୈ।ଜାରେ ଆଜି ମଙ୍ଗଳବାର ସକାଳେ ଏକତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି ।

ଏକତା ପଦଯାତ୍ରା କୁ ଵେଣ୍ଟକାର ଠାରେ କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ ଉଦଘାଟନ କରିଥିବା ବେଳେ ବ୍ରହ୍ମପୁର ଠାରେ ତାହା ଉଦଯାପିତ ହୋଇଥିଲା। ଏଥିରେ ହଜାର ହଜାର ଲୋକ ଓ ସ୍କୁଲ କଲେଜ ଛାତ୍ର ଛାତ୍ରୀ ସାମିଲ ହୋଇ ତିନି କିଲୋମିଟର ରାସ୍ତା ଅତିକ୍ରମ କରିଥିଲେ। ଏହି ଉପଲକ୍ଷେ ଵିଡିଓ ପ୍ରତୀକ ସାହୁ ଙ୍କ ପୈ।ରୋହିତ୍ୟରେ ଓ ଅତିରିକ୍ତ ଵିଡିଓ ଗିରିଜା ପ୍ରସାଦ ବାରିକ ଙ୍କ ସଂଯୋଜନା ରେ ଆୟୋଜିତ ଉଦଯାପନୀ ସଭାରେ ବିଧାୟକ ଇଂ ସେଠୀ ଯୋଗଦେଇ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଙ୍କ ଉପରେ ଓ ଏକତା ଉପରେ ଆଲୋକପାତ କରିଥିଲେ।

ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସାଧୁ ଚରଣ ଜେନା, ଆତ୍ମା ସଭାପତି ରମା ପ୍ରସାଦ ବିଶ୍ୱାଳ,ସନାତନୀ ସେନାର ରାଜ୍ୟ ସଭାପତି ସମୀର ପଣ୍ଡା,ଵୈୟାଳିସମୈ।ଜା ବିଜେପି ମଣ୍ଡଳ ସଭାପତି ସୁଧାଂଶୁ ଶେଖର ଦାସ, କନ୍ଦରପୁର ମଣ୍ଡଳ ସଭାପତି ନିରଂଜନ ରାଉଳ, କିଶନନଗର ମଣ୍ଡଳ ସଭାପତି ଚିତ୍ତରଞ୍ଜନ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ସାମ୍ବାଦିକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ଵିଜେପି ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ହୃଷିକେଶ ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ପରିଚାଳନାରେ ସଦର ବ୍ଲକ ର ସମସ୍ତ ଅଧିକାରୀ ଓ କର୍ମଚାରୀ ସହାୟତା କରିଥିଲେ।

Leave a Reply

Your email address will not be published. Required fields are marked *