ଗଜଲକ୍ଷ୍ମୀ ପୂଜା ପାଇଁ ମାଟି ଉଠିଲା

ଭୁବନ ୦୫/୦୯/୨୦୨୫ (ଓଡ଼ିଶା ସମାଚାର)- ଭୁବନ ରେ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ପାଇଁ ପବିତ୍ର ବାମନ ଜନ୍ମ ସୁନିଆଁ ରେ ଅନୁକୂଳ ମାଟି ଅଣାଗଲା । ପୁରାତନ ଅନୁଷ୍ଠାନ ଶ୍ରୀ ଶ୍ରୀ ମହାଲକ୍ଷ୍ମୀ ପୂଜା ପ୍ରତିଷ୍ଠାନ , ଅରାସାହି ତରଫରୁ ଏକ ଶୋଭାଯାତ୍ରାରେ ରଗଡ଼ି ନାଳ ପର୍ଯ୍ୟନ୍ତ ଯାଇ ସେଠାରେ ପୂଜାର୍ଚ୍ଚନା କରାଯାଇ ଅନୁକୂଳ ମାଟି ଅଣାଯାଇଥିଲା ।

ଅରା ସାହି ସଭାପତି ହୃଦାନନ୍ଦ ବେହେରା ଙ୍କ ସମେତ ସାହି ମୂରବୀ ରାମକୃଷ୍ଣ ପୋଥାଳ, ଗଙ୍ଗାଧର ବେହେରା,ଦୀନବନ୍ଧୁ ପୃଷ୍ଟି,ସତ୍ୟାନନ୍ଦ ପୃଷ୍ଟି,ବନମାଳୀ ଦାସ, ମନ ମୋହନ ସାହୁ,ଗୟାଧର ପୃଷ୍ଟି,ଶିଖର ବେହେରା ଙ୍କ ସହ ବହୁ ସଂଖ୍ୟକ ସାହି ବାସିନ୍ଦା ଏଥିରେ ସାମିଲ ହୋଇଥିଲେ । ମହାଲକ୍ଷ୍ମୀ ବଣିକ ସଂଘ ନୁଅବଜାର ତରଫରୁ ସଭାପତି ଦୁଷ୍ମନ୍ତ କୁମାର ପୃଷ୍ଟି ଙ୍କ ନେତୃତ୍ଵରେ ବ୍ୟବସାୟୀ ଭାଇ ମାନେ ମଧ୍ୟ ଶୋଭାଯାତ୍ରାରେ ଯାଇ ପବିତ୍ର ମାଟି ଆଣିଥିଲେ । ଅନୁରୂପ ଭାବେ ଭୁବନ ର ଅନ୍ୟାନ୍ୟ ପୂଜା ପ୍ରତିଷ୍ଠାନ ତରଫରୁ ମଧ୍ୟ ଲକ୍ଷ୍ମୀପୂଜା ନିମନ୍ତେ ମାଟି ଅଣାଯାଇଥିଲା ।

Leave a Reply

Your email address will not be published. Required fields are marked *