ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବରେ ନେମାଳ ପଦ୍ମବନ ପୀଠ ଉତ୍ସବ ମୁଖର

  ନିଶ୍ଚିନ୍ତକୋଇଲି ୧୭/୦୧/୨୦୨୪ (ଓଡ଼ିଶା ସମାଚାର)- ରାଜ୍ୟ ସରକାର ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିରବଚ୍ଛିନ୍ନ ପ୍ରଚେଷ୍ଟା ଯୋଗୁ ଓଡିଶାର ଚାରିକୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ଶ୍ରୀଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଐତିହାସିକ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ୟ୍ୟ ଶେଷ ହୋଇ ୧୭ ତାରିଖ ବୁଧବାର ଦିନ ଏହା ଜନସାଧାରଣଙ୍କ ଉଦେଶ୍ୟରେ ଉତ୍ସଗ୍ରୀକୃତ ହେବା ଅବସରରେ ଜଗନ୍ନାଥ ସଂସ୍କୃତିକୁ ଉଜ୍ଜୀବିତ ରଖିବା ପାଇଁ ନିଶ୍ଚିନ୍ତକୋଇଲି ବ୍ଲକ ନେମାଳ ମହାପୁରୁଷ ଅଚ୍ୟୁତାନନ୍ଦ ପୀଠ ଆଜି ଉତ୍ସବ ମୁଖର ହୋଇ ଉଠିଥିଲା । ଡିଜିଟାଲ ଭିଡ଼ିଓ ମାଧ୍ୟ୍ୟମରେ ହଜାର ହଜାର ଜଗନ୍ନାଥ ପ୍ରେମୀ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଜଗନ୍ନାଥ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଦୃଶ୍ୟ ଦେଖିଥିଲେ । ନିଶ୍ଚିନ୍ତକୋଇଲି ବ୍ଲକର ବିଭିନ୍ନ ପଂଚାୟତରେ ଜଗନ୍ନାଥଙ୍କ ଅର୍ପଣ ରଥ ଗତ ୮ ତାରିଖରୁ ୧୫ ତାରିଖ ପର୍ୟ୍ୟନ୍ତ ପରିକ୍ରମା କରିଥିଲା ବେଳେ ଆଜି ଓଡ଼ିଶା ସରକାରଙ୍କ ନିରବଚ୍ଛିନ୍ନ ପ୍ରଚେଷ୍ଟା କ୍ରମେ ଓଡ଼ିଆଙ୍କର ଆରାଧ୍ୟ ଦେବତା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଐତିହାସିକ ଶ୍ରୀମନ୍ଦିର ପରିକ୍ରମାପ୍ରକଳ୍ପ ଲୋକାର୍ପିତ ହୋଇଛି । କଟକ ସଦର ବିଧାୟକ ଚନ୍ଦ୍ରସାରଥୀ ବେହେରାଙ୍କ ପ୍ରୟାସ କ୍ରମେ ସମଗ୍ର କଟକ ସଦର ନିର୍ବାଚନ ମଣ୍ଡଳୀ ରେ ମହାସମାରୋହରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ହଜାର ହଜାର ସଂଖ୍ୟକ ଭକ୍ତମାନଙ୍କୁ ନେଇ ଏହି କାର୍ୟ୍ୟକ୍ରମକୁ ପାଳନ କରାଯାଇଛି । ହଜାର ହଜାର ଜଗନ୍ନାଥ ପ୍ରେମୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଧାୟକ ଶ୍ରୀ ବେହେରାଙ୍କୁ କୃତଜ୍ଞତା ଜଣାଇବା ସହ ଜୟ ଜଗନ୍ନାଥ ଧ୍ୱନିରେ ପଦ୍ମବନ ପୀଠଟି ଉତ୍ସବ ମୁଖର ହୋଇ ଉଠିଥିଲା । ଜିଲ୍ଲା ପରିଷଦ ସଭ୍ୟ ଇଂ. ବିଳାସ କୁମାର ଭୋଇଙ୍କ ସଂଯୋଜନାରେ ଆୟୋଜିତ ଉକ୍ତ ଉତ୍ସବରେ ଅନ୍ୟ ମାନଙ୍କ ମଧ୍ୟରେ କଟକ ଜିଲ୍ଲା ବିଜେଡି ସାଧାରଣ ସଂପାଦକ ନୃସିଂହଚରଣ ମୁଦୁଲି, ପ୍ରାକ୍ତନ ଜିଲ୍ଲା ପରିଷଦ ସଭ୍ୟ ଅଚ୍ୟୁତାନନ୍ଦ ଦାସ, ନିଶ୍ଚିନ୍ତକୋଇଲି ବ୍ଲକ ସଭାନେତ୍ରୀ ନନ୍ଦିନୀ ନାୟକ, ସରପଞ୍ଚ ସସ୍ମିତା ମହାନ୍ତି,ସରପଞ୍ଚ ମିଲନ ଭୂୟାଁ, ସରପଞ୍ଚ ସାରଦା ପ୍ରସାଦ ମହାନ୍ତି, ବିଶ୍ଵଭୂସଣ ନାୟକ, ସୁଶାନ୍ତ ସେଠି,ଚିନ୍ମୟୀ ବେହେରା, ପୂର୍ବତନ ସରପଞ୍ଚ ବିଶ୍ୱନାଥ ପଣ୍ଡା, ପୂର୍ବତନ ସରପଞ୍ଚ ସରୋଜ କୁମାର ବେହେରା, ପୂର୍ବତନ ସରପଞ୍ଚ ଦିଲ୍ଲୀପ ବିଶ୍ଵାଳ, ସମାଜସେବୀ ଅମୀୟ ପ୍ରସାଦ ମହାନ୍ତି, ସମିତି ସଭ୍ୟ ବିଶ୍ୱେନ୍ଦୁ ମହାରଣା, ନିଶ୍ଚିନ୍ତକୋଇଲି ବ୍ଲକ ବିଜେଡି କାର୍ୟ୍ୟକାରି ସଭାପତି ପ୍ରମୋଦ କୁମାର ନାୟକ ,ପ୍ରାକ୍ତନ ଜିଲ୍ଲା ପରିଷଦ ସଭ୍ୟ ଅଚ୍ୟୁତାନନ୍ଦ ଦାସ, କନିଷ୍ଠ ଯନ୍ତ୍ରୀ ଅନାମ ଚରଣ ବିଶ୍ୱାଳ ଜଗନ୍ନାଥ ପ୍ରେମୀ ବିମଲ କୁମାର ଦାସ, ଭୈରବ କାସ୍ତ, ସୁନାକାର ସାହୁଙ୍କ ସମେତ ବିଭିନ୍ନ ପଂଚାୟତର ସରପଞ୍ଚ, ସମିତି ସଭ୍ୟସଭ୍ୟା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ହଜାର ହଜାର ମା’ ଓ ଜଗନ୍ନାଥ ପ୍ରେମୀ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *