କଟକ ସଦର,୧୮/୦୧/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଓଡ଼ିଶା ସେତୁ ନିର୍ମାଣ ନିଗମ (ଓଵିସିସି) ଦ୍ୱାରା ପରିଚାଳିତ କନ୍ଦରପୁର -ପାରାଦୀପ ରାଜ୍ୟ ରାଜପଥର ପାରାଵିଲ୍ ନିକଟରେ ଥିବା ଟୋଲ୍ ଗେଟ୍ କୁ କେନ୍ଦ୍ର ସରକାର ଙ୍କ ପକ୍ଷରୁ ଗତ ସେପ୍ଟେମ୍ବର ମାସରୁ ହଟାଇ ଦିଆଯାଇଥିଲା। ହେଲେ ଏଠାରେ ପୂର୍ତ୍ତ ଓ କୋଠାବାଡ଼ି ବିଭାଗ ପକ୍ଷରୁ କରାଯାଇଥିବା ନିର୍ମାଣ ଓ ହମ୍ପସ କୁ ନଉଠାଇଵା ଫଳରେ ଏଠାରେ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ଅଭିଯୋଗ ହୋଇଆସୁଥିଲା। ସେଥିରେ ଉକ୍ତ ସ୍ଥାନରେ ଛୋଟମୋଟ ଦୂର୍ଘଟଣାମାନ ଘଟିଚାଲିଥିଲା। ଏଥିପାଇଁ ଉକ୍ତ ସ୍ଥାନରୁ ନିର୍ମାଣ ସହ ହମ୍ପସ ଉଠାଇଵାକୁ ଦାଵି ହୋଇଆସୁଥିଲା। ଏହାକୁ ଗୁରୁତ୍ୱ ଦେଇ ବିଭାଗ ପକ୍ଷରୁ ଉଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିବାରୁ ସାଧାରଣରେ ଆଶ୍ୱସ୍ତି ପ୍ରକାଶ ପାଇଛି ।
କନ୍ଦରପୁର-ପାରାଦୀପ ରାଜ୍ୟ ରାଜପଥରୁ ହଟିଲା ଟୋଲ ପ୍ଲାଜା ନିର୍ମାଣ କାର୍ଯ୍ୟ, ଲୋକଙ୍କୁ ଆଶ୍ୱସ୍ତି
