ଯାଜପୁର,୧୭/୦୧/୨୦୨୪ (ଓଡ଼ିଶା ସମାଚାର/ ସୁରେଶ କୁମାର କର):- ମୁମ୍ବାଇ ରେ ପ୍ରବାସୀ ଓଡ଼ିଆ ମାନଙ୍କ ଦ୍ବାରା ଘାଟକୋପାର ପୂର୍ବ ଠାରେ ସାଇ ଛାୟା ଅନୁଷ୍ଠାନ ପକ୍ଷରୁ ଦୁର୍ଗା ପରମେଶ୍ବର ମନ୍ଦିର ପରିସରରେ ସାତ ଦିନ ବ୍ୟାପୀ ଭାଗବତ ସପ୍ତାହ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଚୈତନ୍ୟ ସଂସ୍ଥାନ କଲ୍ୟାଣ ଶାଖାର ମୁଖ୍ୟ ସନ୍ତ ୟତି ମହାରାଜ ଉକ୍ତ କାର୍ୟ୍ୟକ୍ରମରେ ଯୋଗ ଦେଇ ବହୁ ଉପାଦେୟ ତତ୍ତ୍ଵ ସମ୍ବନ୍ଧରେ ଆଲୋଚନା କରିଥିଲେ। ଉକ୍ତ କାର୍ୟ୍ୟକ୍ରମରେ ହଜାର ହଜାର ଶ୍ରଦ୍ଧାଳୁ ସମାଗମ ହେବା ସହ ପ୍ରଭୁ କୃପା ଲାଭ କରିଥିଲେ । ଏତତ୍ ବ୍ୟତୀତ ପ୍ରତି ସଂଧ୍ୟାରେ ଭଜନ ,କୀର୍ତ୍ତନ ଆଦି ସାଂସ୍କୃତିକ କାର୍ୟ୍ୟକ୍ରମ ରେ ପ୍ରବାସୀ ଓଡ଼ିଆ ପରିବାର ଙ୍କ ସହ ଅନ୍ୟ ମାନେ ଯୋଗ ଦେଇ ପ୍ରସାଦ ସେବନ କରିଥିଲେ ।