ଦାଦନ ନିଖୋଜ ମାମଲା : ଦାଦନ ଦଲାଲ ଙ୍କୁ ୭ ବର୍ଷ ସଶ୍ରମ କାରାଦଣ୍ଡ ଓ ୧୦ ହଜାର ଟଙ୍କା ଜୋରିମାନା

ଭବାନୀପାଟଣା , ୨୮/୧୧/୨୦୨୩ (ଓଡ଼ିଶା ସମାଚାର)-କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ବ୍ଳକ ଦାଦପୁର ପଞ୍ଚାୟତ ର ୪ ଜଣ ଦାଦନ ଶ୍ରମିକ କୁ ପ୍ରଲୋଭିତ କରି ଗୋଆ ନେଇଥିବା ଓ ସେଥିମଧ୍ୟରୁ ଜଣେ ଦାଦନ ଶ୍ରମିକ ର ଖୋଜଖବର ନମିଳିବା ମାମଲାରେ ଭବାନୀପାଟଣା ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଅଭିଯୁକ୍ତ ଦାଦନ ଦଲାଲ କୁ ଦୋଷୀସାବ୍ୟସ୍ତ କରି ୭ ବର୍ଷ ସଶ୍ରମ କାରାଦଣ୍ଡ ଓ ୧୦ ହଜାର ଟଙ୍କା ଜୋରିମାନା ରେ ଦଣ୍ଡିତ  କରିଛନ୍ତି । ଅଭିଯୋଗ ରୁ ଜଣାଯାଏ ଯେ , ୨୦୧୫ ମସିହାରେ ଭବାନୀପାଟଣା ସହର ର ଜୋରପଡା ନିବାସୀ ଦାଦନ ଦଲାଲ ଉମେଶ ନାଏକ ବିଭିନ୍ନ ପ୍ରକାର ପ୍ରଲୋଭନ କରି ଭବାନୀପାଟଣା ବ୍ଲକ ଅନ୍ତର୍ଗତ ଦାଦପୁର ପଞ୍ଚାୟତ ର ୪ ଜଣ ଶ୍ରମିକ ଙ୍କୁ ଦାଦନଖଟିବା ପାଇଁ ଗୋଆ ନେଇ ଯାଇଥିଲା ।୪ ଜଣ ଙ୍କ ମଧ୍ୟରୁ ୩ ଜଣ ନିଜ ଘରକୁ ଫେରି ଆସିଥିବା ବେଳ ଜଣେ ଦାଦନ ଘରକୁ ଫେରିନଥିଲା ।ତାର ପରିବାର ସଦସ୍ୟ ମାନେ ବହୁତ ଖୋଜାଖୋଜି କରି ନପାଇବାରୁ ଭବାନୀପାଟଣା ଟାଉନଥାନା ରେ ଲିଖିତ ଅଭିଯୋଗ କରିଥିଲେ । ଏପରିକି ପୋଲିସ ଗୋଆ ଯାଇ ସମ୍ପୃକ୍ତ ଦାଦନ ଶ୍ରମିକ କୁ ପାଇନଥିଲା ।ଉକ୍ତ ନିଖୋଜ ମାମଲା ରେ ପୋଲିସ ଦାଦନ ଦଲାଲ ଉମେଶ ନାଏକ କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ ।ଉକ୍ତ ମାମଲାର ବିଚାର କରି ଭବାନୀପାଟଣା ଅତିରିକ୍ତ ଜିଲ୍ଲା ଦୌରାଜଜ୍ କୁମାରୀ ଶ୍ମୃତିରେଖା ବାରିକ ଅଭିଯୁକ୍ତ ଉମେଶ ନାଏକ କୁ ସି. ଟି ନମ୍ବର ୪/୨୦୧୬ ରେ ଦୋଷିସାବ୍ୟସ୍ତ କରି ୭ ବର୍ଷ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କରିବା ସହିତ ୧୦ ହଜାର ଟଙ୍କା ଜୋରିମାନା ନିର୍ଦ୍ଦେଶ ଦେଇଛନ୍ତି ।ସରକାର ଙ୍କ ତରଫରୁ ସରକାରୀ ଓକିଲ ବଟ୍ଟକୃର୍ଷ୍ଣ ଆଚାର୍ଯ୍ୟ ମାମଲା ପରିଚାଳନା କରୁଥିଲେ ।

Leave a Reply

Your email address will not be published. Required fields are marked *