ଋଣ ସୁଝିବା ପରେବି ବନ୍ଧକ ଚେନ ଫେରାଉନଥିବା ଅଭିଯୋଗ

କେନ୍ଦ୍ରାପଡ଼ା,୨୩/୧୦/୨୦୨୫(ଓଡ଼ିଶା ସମାଚାର)-ଜଣେ ମହିଳା ଅସୁବିଧା ବସତଃ ନିଜର ସୁନାଚେନଟି ଅନ୍ୟ ଜଣେ ମହିଳାଙ୍କ ନିକଟରେ ବନ୍ଧକ ରଖି ଅର୍ଥ ଆଣିଥିଲେ । କିନ୍ତୁ ସମସ୍ତ ଋଣ ଅର୍ଥ ସୁଧ ସହ ଫେରସ୍ତ କରିବା ପରେବି ତାଙ୍କ ସୁନା ଚେନଟି ସଂପୃକ୍ତ ବନ୍ଧକ ରଖିଥିବା ମହିଳା ଜଣଙ୍କ ଫେରାଉନଥିବା ଅତିରିକ୍ତ ଜିଲାପାଳ ରବୀନ୍ଦ୍ର ମଲ୍ଲିକଙ୍କ ପାଖରେ ଅଭିଯୋଗ ହୋଇଛି ।

ଅଭିଯୋଗ ଅନୁଯାୟୀ ପଟ୍ଟାମୁଣ୍ଡାଇ ଅଂଚଳର ବକ୍ତାରପୁର ଗ୍ରାମର ମିତାଲୀ ନାୟକ ସେହି ଗ୍ରାମର ଅନୁସ୍ୱୟା ସାହୁଙ୍କ ପାଖରେ ତାଙ୍କର ସୁନା ଚେନଟି ବନ୍ଧକ ରଖି ଏକଲକ୍ଷ ଟଙ୍କା କରଜ ଆଣିଥିଲେ । ତେବେ ବନ୍ଧକ ରଖିବାର ବର୍ଷକ ପରେ ମିତାଲୀ ଦୁଇଲକ୍ଷ ୫୦ହଜାର ଟଙ୍କା ମୂଳ ଓ ସୁଧ ବାବଦ ଅର୍ଥ ଅନୁସ୍ୱୟାଙ୍କୁ ଦେଇଥିଲେ ମଧ୍ୟ ସେ ତାଙ୍କ ସୁନାଚେନ ଫେରାଉନଥିବା ପଟ୍ଟାମୁଣ୍ଡାଇ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ପୋଲିସ ଗ୍ରହଣ କରୁନଥିବା ଅତିରିକ୍ତ ଜିଲାପାଳଙ୍କ ନିକଟରେ ମିତାଲୀ ଅଭିଯୋଗ କରିଛନ୍ତି । ଅତିରିକ୍ତ ଜିଲାପାଳ ପଟ୍ଟାମୁଣ୍ଡାଇ ଏସଡିପିଓଙ୍କୁ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦେଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *