ମାହାଙ୍ଗା,୦୧/୧୧/୨୦୨୫ (ଓଡିଶା ସମାଚାର /ଅଭୟ ଜେନା)- ଶରତ କର ଅନିମା କର ଫାଉଣ୍ଡେସନ ଆନୁକୂଲ୍ୟରେ ବିଶିଷ୍ଟ ସମାଜବାଦୀ ନେତା, ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ପ୍ରଦୀପ୍ତ କିଶୋର ଦାସଙ୍କ ୧୦୬ ତମ ଜନ୍ମ ଜୟନ୍ତୀ ମାହାଙ୍ଗା ନିର୍ବାଚନ ମଣ୍ଡଳୀର କୁଣ୍ଡି ଗ୍ରାମରେ ପାଳିତ ହୋଇଯାଇଛି । ଶିକ୍ଷାବିତ ତଥା ସୁ ସାହିତ୍ୟିକ ଅବନୀ ଚନ୍ଦ୍ର ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଜୟନ୍ତୀ ସମାରୋହରେ ପୂର୍ବତନ ଆୟକର କମିଶନର ଶୋଭନ କର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ।
ଶ୍ରୀ କର କହିଲେ ଏବେ ରାଜନୀତି ସ୍ୱାର୍ଥ କୈନ୍ଦ୍ରିକ ହୋଇପଡିଛି । କିନ୍ତୁ ସ୍ବର୍ଗତ ଦାସ ମୂଲ୍ୟବୋଧ ଭିତ୍ତିକ ରାଜନୀତିରେ ବିଶ୍ୱାସ କରୁଥିବା ସାରା ରାଜ୍ୟ ତାଙ୍କ ପାଇଁ ଗର୍ବିତ । କୁଣ୍ଡି ପଞ୍ଚାୟତ ଉଚ୍ଚ ବିଦ୍ୟାପୀଠ ପ୍ରାଙ୍ଗଣରେ ସ୍ବର୍ଗତ ପ୍ରଦୀପ୍ତ କିଶୋରଙ୍କ ପ୍ରତିମୂର୍ତ୍ତିରେ ବହୁ ବିଶିଷ୍ଟ ବ୍ୟକ୍ତିମାନେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।
ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ସମାଜସେବୀ ରାମଚନ୍ଦ୍ର ମହାପାତ୍ର, ରୁଦ୍ର ନାରାୟଣ ସିଂ ଶୁଭେନ୍ଦୁ ସାମଲ, କାର୍ତ୍ତିକ ବେହାରୀ, ସମସେର ଖାଁ, ବିଦ୍ୟାଳୟର ଛାତ୍ର ଛାତ୍ରୀ, ବହୁ ବୁଦ୍ଧିଜୀବୀ ଏବଂ ସ୍ଥାନୀୟ ଅଂଚଳର ସାଧାରଣ ଜନତା ଏହି ଉତ୍ସବରେ ଯୋଗଦେଇ ସମାଜବାଦୀ ନେତା ସ୍ବର୍ଗତ ଦାସଙ୍କ ଅମ୍ଲାନ ସ୍ମୁତିରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
