ଆସୁଛନ୍ତି କଂଗ୍ରେସ ତଥ୍ୟ ଅନୁଧ୍ୟାନକାରୀ ଦଳ
କେନ୍ଦ୍ରାପଡ଼ା, ୧୦/୧୧/୨୦୨୬ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲାର ମହାକାଳପଡା ବ୍ଲକ ଅଧିନ ଯଦୁପୁର ଗ୍ରାମପଂଚାୟତର ସାନଗାଁ ଗ୍ରାମର ଜନୈକ କଲେଜ ଛାତ୍ରୀଙ୍କୁ ବେକ କାଟି ହତ୍ୟା ଘଟଣାର ତଥ୍ୟ ଅନୁଧ୍ୟାନ କରିବା ପାଇଁ ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦେଶ କ୍ରମେ ଏକ ତଥ୍ୟ ଅନୁଧ୍ୟାନ କମିଟି ବୁଧବାର ଯଦୁପୁର ଗ୍ରାମକୁ ପରିଦର୍ଶନରେ ଆସୁଛନ୍ତି ।
ଉକ୍ତ କମିଟି ଘଟଣାସ୍ଥଳ ପରିଦର୍ଶନ କରିବା ସହ ପିଡିତ ପରିବାର ଓ ସ୍ଥାନୀୟ ଲୋକଙ୍କୁ ଭେଟି ତଥ୍ୟ ସଂଗ୍ରହ କରିବା ସହ ଉକ୍ତ ଘଟଣା ସମ୍ପର୍କରେ ପିସିସି ସଭାପତି ଶ୍ରୀ ଦାସଙ୍କୁ ଏକ ରିପୋର୍ଟ ପ୍ରଦାନ କରିବେ । ଏହି କମିଟିର ଅଧ୍ୟକ୍ଷ ଭାବେ ଡ. ବିଶ୍ୱରଞ୍ଜନ ମହାନ୍ତି ରହିଥିବା ବେଳେ ସଦସ୍ୟ ଭାବରେ ଜିଲା କଂଗ୍ରେସ ସଭାପତି ଡା. ଦେବସ୍ମିତା ଶର୍ମା, ପ୍ରଫୁଲ୍ଲ ଦାସ, ଡ. ସିପ୍ରା ମଲ୍ଲିକ, ରତିକାନ୍ତ କାନୁନଗୋ, ଅରବିନ୍ଦ ଦାସ, ଜାହିର ମହମ୍ମଦ, ଅଶୋକ ସ୍ୱାଇଁ, କନକଲତା ମଲ୍ଲିକ, ପ୍ରଦୀପ ପ୍ରଧାନ ପ୍ରମୁଖ ରହିଛନ୍ତି ।
