‘ଓଡ଼ିଆ ଫିଲ୍ମ ” ଅଲି ବଜରଙ୍ଗବଲି ” ର ପୋଷ୍ଟର ଉନ୍ମୋଚିତ 

କଟକ ୧୦/୧୧/୨୦୨୬ ( ଓଡିଶା ସମାଚାର / ଅଭୟ ଜେନା) କଳ୍ପନା ଫିଲିମ୍ସ ଏବଂ ଲିଭ୍ ଲାଇଭ ଓଡିଆ ଫିଲ୍ମ ଦ୍ୱାରା ପ୍ରସ୍ତୁତ ଓଡ଼ିଆ ଚଳଚ୍ଚିତ୍ର ‘ଅଲି ବଜରଙ୍ଗବଲି’ର ପୋଷ୍ଟର ଉନ୍ମୋଚିତ ହୋଇଯାଇଛି। ଏଥିନେଇ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ  ସମାଜସେବୀ ମୀରା ପରିଡ଼ା, ସାହିତ୍ୟିକ ସଞ୍ଜୟ ଭଟ୍ଟ, ପ୍ରଚାର ଓ ପ୍ରସାର ମୁଖ୍ୟ ପ୍ରଣୟ ଜେଠୀ,ଲିଭ୍ ଲାଇଭ ଓଡ଼ିଆର ପ୍ରଯୋଜକ ଡକ୍ଟର ଟିଟନ ସାହୁ,ମ୍ୟାନେଜିଙ୍ଗ ଡାଇରେକ୍ଟର ଦେବସ୍ମିତା ସାହୁ ପ୍ରମୁଖ ଯୋଗ ଦେଇଥିଲେ। କଳ୍ପନା ଫିଲ୍ମସର ସୋହମ ସିଂହ ଏବଂ ଲିଭ୍ ଲାଇଭର ଡଃ ଟିଟନ ସାହୁଙ୍କ ମିଳିତ ପ୍ରଯୋଜନାରେ ପ୍ରସ୍ତୁତ ଏହି ଚଳଚ୍ଚିତ୍ରର କାହାଣୀ ରଚନା ସୋହମ ସିଂହ କରିଥିବା ବେଳେ ଏସ ଦିଲୀପ ପଣ୍ଡା ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି।

ସେହିପରି ସଂଳାପ ରଚନା ବିଜୟ ରାଉଳ , ସଙ୍ଗୀତ ନିର୍ଦ୍ଦେଶନା ବୈଦ୍ୟନାଥ ଦାସ ଏବଂ ଜେଏନ ପଦ୍ମା ଦେଇଛନ୍ତି। ଚଳଚିତ୍ରରେ ସୋହମ ସିଂହ, ଚନ୍ଦନ କର, ସସ୍ମିତା,ଉଷସୀ ମିଶ୍ର,ଡିସ୍କୋ ରେଡ୍ଡୀ, ଜୀବନ ପଣ୍ଡା,ଭୂପତି ତ୍ରିପାଠୀ,କେପି,ପଞ୍ଚା ନନ ପାଣିଗ୍ରାହୀ, ଶିଶୁକଳାକାର ଆରାଧ୍ୟା ପ୍ରମୁଖ ଅଭିନୟ କରିଛନ୍ତି। ଚଳଚ୍ଚିତ୍ରଟି ନଭେମ୍ବର ଶେଷସୁଦ୍ଧା ସୁଟିଂ କାର୍ଯ୍ୟ ଆରମ୍ଭ ହୋଇ ଜାନୁଆରୀ ମାସରେ ମୁକ୍ତିଲାଭ କରିବାର କାର୍ଯ୍ୟକ୍ରମ ରହିଥିବା  ଜଣାଯାଇଛି।

Leave a Reply

Your email address will not be published. Required fields are marked *