ନେମାଳ ପୀଠ ରେ ଅଘଟଣ – ମନ୍ଦିର ନିର୍ମାଣ କାମରେ ନିୟୋଜିତ କ୍ରେନ ଭାଙ୍ଗି ଦୁଇ ଗୁରୁତର ଆହତ

 ନିଶ୍ଚିନ୍ତକୋଇଲି,୧୦/୧୧/୨୦୨୬(ଓଡିଶା ସମାଚାର /ଅଭୟ ଜେନା)-ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପବିତ୍ର ପୀଠ ନେମାଳ ବଟ ରେ ଅଘଟଣ। ପୀଠରେ ନୂତନ ମନ୍ଦିର ନିର୍ମାଣ ବେଳେ କାର୍ଯ୍ୟରେ ନିୟୋଜିତ କ୍ରେନ ଭାରସାମ୍ୟ ହରାଇ ଓଲଟି ପଡିବାରୁ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତ ମାନେ ହେଲେ ପୁଷ୍ପଲତା ଗୋସ୍ୱାମୀ ଓ ଶିବ ପ୍ରସାଦ ପଣ୍ଡା। ଉଭୟ ପ୍ରାପ୍ତ ବୟସ୍କ।

ପୁଷ୍ପଲତା ଘରେ ଥିବା ବେଳେ ପଥର ଖଣ୍ଡ ଖସି ପଡିବା ହେତୁ ତାଙ୍କ ଗୋଡ଼ରେ ମାଡ଼ ହୋଇ ସେ ଗୁରୁତର ଆହତ ହେବା କହିଥିବା ବେଳେ ଶିବ ପ୍ରସାଦ ପଣ୍ଡା ଗୋପୀନାଥଜିୟୁ ଠାକୁରଙ୍କ ପାଇଁ ପ୍ରସାଦ ରାନ୍ଧୁଥିବା ବେଳେ କ୍ରେନ ପଡିଯିବା ହେତୁ ଘର ଆଜବେଷ୍ଟସ ଭାଙ୍ଗି ତାଙ୍କ ଉପରେ ପଡିଯିବା ହେତୁ ସେ ମଧ୍ୟ ଗୁରୁତରଭାବେ ଆହତ ହୋଇଛନ୍ତି। ଉଭୟଙ୍କୁ ନିଶ୍ଚିନ୍ତକୋଇଲି ସ୍ୱାସ୍ଥ୍ୟକେନ୍ଦ୍ର କୁ ଅଣାଯାଇଥିଲା ସେଠାରୁ ତାଙ୍କୁ କଟକ ବଡ଼ ମେଡ଼ିକାଲ ପଠାଯାଇଛି। ତେବେଏହି ଘଟଣା ପରେ ପୋଲିସ ତଦନ୍ତ ଜାରି ରହିଛି ବୋଲି ସାଲେପୁର ଏସ ଡି ପି ଓ କହିଛନ୍ତି।

Leave a Reply

Your email address will not be published. Required fields are marked *