ବଡ଼ବିଲ,୧୭/୧୦/୨୦୨୫(ଓଡ଼ିଶା ସମାଚାର)- ଗତ ସେପ୍ଟେମ୍ବର ମାସ ରେ ବଡ଼ବିଲ ସେଣ୍ଟ ମେରୀ ବିଦ୍ୟାଳୟ ର ଶିକ୍ଷକ ଶ୍ରୀ ମାନସ ଦାସ ଙ୍କୁ ରାଷ୍ଟ୍ରପତି ଭବନ ରେ ଏ କଲ ଫର ପ୍ରୋଗେସ ପାଇଁ ଓଡିଶା ରୁ ଏକ ମାତ୍ର ଚୟନ କରାଯାଇ ସମ୍ବର୍ଦ୍ଧିତ କରାଯାଇ ଥିଲା । ଆଜି ତାଙ୍କୁ ତାଙ୍କ ନିଜ ବିଦ୍ୟାଳୟ ରେ ସମ୍ବର୍ଦ୍ଧିତ କରାଯାଇଥିଲା । ସ୍କୁଲ ର ପ୍ରିନ୍ସିପାଲ ସିଷ୍ଟର ଯଶମାରିୟା , ବଡ଼ବିଲ ଥାନା ଅଧିକାରୀ ଶ୍ରୀ ଅଶୋକ କୁମାର ନାୟକ , ସ୍କୁଲ ର ଛାତ୍ର ଛାତ୍ରୀ, ଶିକ୍ଷକ ଓ ଶିକ୍ଷୟତ୍ରୀ ଙ୍କ ଉପସ୍ଥିତ ରେ ପୁଷ୍ପ ଗୁଚ୍ଛ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ସ୍କୁଲ ର ବାର୍ଷିକ କ୍ରୀଡା କୁ ବଡ଼ବିଲ ଥାନା ଅଧିକରୀ ଶ୍ରୀ ଅଶୋକ କୁମାର ନାୟକ ଉଦଘାଟନ କରିବାସହ ପିଲାମାନଙ୍କୁ କ୍ରୀଡା ର ଉପକାରିତା ଉପରେ ଉଦବୋଧନ ଦେଇ ଥିଲେ।
ଉଲେଖନୀୟ ଏହିକି, ଶ୍ରୀ ଦାସ କେନ୍ଦୁଝର ଜିଲ୍ଲା ର ଆନନ୍ଦପୁର ଉପଖଣ୍ଡ ବାଇଲ ଗ୍ରାମର ପିତା ଶ୍ରୀ ଚିନ୍ତାମଣି ଦାସ ଓ ମାତା ମାଳତୀ ଦାସ ଙ୍କ ସୁପୁତ୍ର ହୋଇ ଜନ୍ମ ଲାଭ କରି ରାଜ୍ୟ ଓ ଜିଲ୍ଲା କୁ ଗୌରବ ଆଣି ଦେଇଛନ୍ତି । ଶ୍ରୀ ଦାସ କହିବା ଓ ଶୁଣି ନାପରୁ ଥିଲେ ମଧ୍ୟ କେବେ ସେ ନିଜକୁ ଅସହାୟ ମନେ କରିନାହାନ୍ତି । ବଡ଼ବିଲ ସେଣ୍ଟ ମେରୀ ବିଦ୍ୟାଳୟ ରେ ପାଞ୍ଚ ବର୍ଷ ହେବ ପିଲା ମାନଙ୍କୁ ଲଳିତ କଳା ର ଶିକ୍ଷା ଦେବା ଶହ ବିଭିନ୍ନ ସମାଜ ସେବା କାର୍ୟ୍ୟକ୍ରମ ରେ ଭାଗ ନେଇ ପିଲାମାନଙ୍କ ମନବଳ କୁ ବଢ଼ାଇଛନ୍ତି ।
