ରାଜସ୍ଥାନରେ ମଧୁବାବୁଙ୍କ ପାଇଁ ଦସ୍ତଖତ ଅଭିଯାନ

ଓଡ଼ିଆ ଭାଷା ନେଇ ଆଲୋଚନା
ଭୁବନେଶ୍ୱର,୨୨/୧୦/୨୦୨୫ (ଓଡ଼ିଶା ସମାଚାର)- ଓଡ଼ିଆଙ୍କ ଶିଳ୍ପ, କଳା ଭାଷ୍କର୍ଯ୍ୟ ଓ ଐତିହ୍ୟର ସ୍ୱାତନ୍ତ୍ର୍ୟକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଧନିରୁ ଗରିବ ହୋଇଥିବା ବିଶ୍ୱ ଗୌରବ ମଧୁସୂଦନ ଦାସ ଭାଷାଭିତିକ ରାଜ୍ୟ ବା ପ୍ରଦେଶ ଗଠନର ପ୍ରମୁଖ ବିନ୍ଧାଣିଥିଲେ । ହେଲେ ଏହି ମହାପୁରୁଷଙ୍କୁ ଭାରତବର୍ଷରେ ମିଳିନି ଯଥୋଚିତ ସମ୍ମାନ । ମରୋଣତୋର ଭାରତରତ୍ନ ପ୍ରଦାନ ସହିତ ଧୁବାବୁଙ୍କ ପ୍ରତିମୂର୍ତି ସଂସଦ ଭବନ ପରିସରରେ ସ୍ଥାପନା, ମଧୁସୂଦନ ନାମରେ ରେଳ ଗାଡି ଚଲାଇବା ପାଇଁ ଦାବି ଥମିନାହିଁ ।

ଏନେଇ ଅଲ ଓଡ଼ିଶା ଲୟର୍ସ ଫୋରମର ଏକ ପ୍ରତିନିଧି ମଣ୍ଡଳୀ ରାଜସ୍ଥାନରେ ଦସ୍ତଖତ ସଂଗ୍ରହ କରିଛି । ରାଜସ୍ଥାନର ଜୟପୁରର ଗାନ୍ଧୀ ନଗର ଆଦି ସ୍ଥାନରେ ଓଡ଼ିଆଙ୍କ ଦସ୍ତଖତ ସଂଗ୍ରହ କରିଛି । ଗୋପବନ୍ଧୁ ଓ ମଧୁବାବୁଙ୍କୁ ଜାତିର ପିତା ମହାତ୍ମା ଗାନ୍ଧୀ, ଦେଶର ପ୍ରଥମ ରାଷ୍ଟ୍ରପତି ବାବୁ ରାଜେନ୍ଦ୍ର ପ୍ରସାଦ, ଜନସଙ୍ଘ ତଥା ଏବେର ଭାରତୀୟ ଜନତା ଦଳର ପ୍ରତିଷ୍ଠାତା ଶ୍ୟାମା ପ୍ରସାଦ ମୁଖାର୍ଜୀ ଓ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହେରୁ ଆଦି ବହୁ ବ୍ୟକ୍ତି କିପରି ଜାଣି ଥିଲେ ଓ ସମ୍ମାନ ଦେଉଥିଲେ ସେ ସମ୍ପର୍କରେ ଆଲୋଚନା କରଯିବା ସହ ସ୍ୱାକ୍ଷର ସଂଗ୍ରହ କରାଯାଇଛି ।

ସେହିପରି ଓଡ଼ିଆ ଭାଷାର ବ୍ୟବହାର ବ୍ୟାପକ କରିବାକୁ ଆଲୋଚନା କରାଯାଇଥିଲା । ଫୋରମର ଆବାହକ ଡ. ଲିଙ୍ଗରାଜ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଗଦାଧର ଦାସ ଙ୍କ ସମେତ ବହୁ ବ୍ୟକ୍ତି ସେଠାରେ ବାସ କରୁଥିବା ଓଡ଼ିଆଙ୍କ ସହ ଆଲୋଚନା କରିଲେ । ପ୍ରକାଶ ଥାଉକି, ମଧୁବାବୁଙ୍କୁ ଦେଶରେ ଯଥୋଚିତ ସମ୍ମାନ ପ୍ରଦାନ ଦାବିରେ ଏହା ପୂର୍ବରୁ ୨୩ଟି ବିଭିନ୍ନ ରାଜ୍ୟରୁ ଦସ୍ତଖତ ସଂଗ୍ରହ କରାଯିବା ସହ ଓଡ଼ିଆ ଭାଷା ସୁରକ୍ଷା ନେଇ ଆଲୋଚନାଚକ୍ର କରାଯାଇ ମତ ନିଆଯାଇଛି ।

Leave a Reply

Your email address will not be published. Required fields are marked *