ଆନ୍ତର୍ଜାତିକ ନିଶା ନିବାରଣ ଦିବସ ୨୦୨୪ ପାଳିତ ।

ନିଶା ଦ୍ରବ୍ୟ ସେବନ ତ୍ୟାଗ କରି ଶୃଙ୍ଖଳିତ ଜୀବନଚର୍ଯ୍ୟା ଆପଣେଇ ସମାଜ ହିତରେ ଗଠନମୂଳକ ବ୍ୟକ୍ତିତ୍ୱର ପରିପ୍ରକାଶ କରନ୍ତୁ : ଅତିରିକ୍ତ ଜିଲାପାଳ ଶ୍ରୀ ଜେନା ।

ଯାଜପୁର,୨୬/୬/୨୦୨୪ (ଓଡ଼ିଶା ସମାଚାର)- ନିଶା ଦ୍ରବ୍ୟ ସେବନ ବ୍ୟକ୍ତି, ପରିବାର, ସମାଜ ଓ ରାଷ୍ଟ୍ର ପାଇଁ ଅହିତକର ଅଟେ ।  ମଦ ଓ ମାଦକ ଦ୍ରବ୍ୟ ଯଥା- ଜର୍ଦ୍ଧା,  ଗୁଟକା, ଖଇନି, ଅପିଂମ, ଗଂଜେଇ, ବ୍ରାଉନ୍ ସୁଗାର, କୁକିନ୍ ଆଦି ନିଶାର ଭୟଙ୍କର ଓ କରାଳ ରୂପ ମନୁଷ୍ୟର ଭଗବତ ଅମୂଲ୍ୟ ଜୀବନକୁ ଦୁର୍ବିସହ କରାଇ ପରିବାର ଛାରଖାର କରିବା ସହ ରାଷ୍ଟ୍ରର ଅତୁଳନୀୟ କ୍ଷତି ଘଟାଇଥାଏ ।  ଏଣୁ ଶୃଙ୍ଖଳିତ ଜୀବନଚର୍ଯ୍ୟାକୁ ଆପଣେଇ ନିଶା ଦ୍ରବ୍ୟ ବବହାର ବର୍ଜନ କରି ଗଠନମୂଳକ ନିଶା ଓ ପେଶାରେ ବ୍ରତୀ ହୋଇ ସମାଜରେ ମଣିଷ ପରି ମଣିଷ ହୋଇ ନିଜର ବ୍ୟକ୍ତିତ୍ୱର ପରିପ୍ରକାଶ ଘଟାଇ ସୁସ୍ଥ, ନିରାମୟ, ରୋଗମୁକ୍ତ ପ୍ରଗତିଶୀଳ ପରିବାର, ସମାଜ ଗଠନରେ ନିଜକୁ ଉତ୍ସର୍ଗୀକୃତ କରିବାକୁ ଛାତ୍ର ଛାତ୍ରୀ, ଅଭିଭାବକ, ସରକରାରୀ କର୍ମଚାରୀ ଏବଂ ସମାଜର ସବୁ ବର୍ଗର ଜନସାଧାରଣ ଶପଥ ନେବାକୁ ଆଜି ପୂର୍ବାହ୍ନରେ ସ୍ଥାନୀୟ ଗୈାତମ ବୁଦ୍ଧ ସଂସ୍କୃତି ଭବନ ଠାରେ ନିଶା ଦ୍ରବ୍ୟ ଅପବ୍ୟବହାର ଓ ଅନୈତିକ ଚୋରା ଚାଲାଣ ବିରୁଦ୍ଧରେ ଆନ୍ତର୍ଜାତୀୟ ନିଶା ନିବାରଣ ଦିବସ ପାଳନ -୨୦୨୪ ରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲାପାଳ, ପ୍ରଶାସନ ଶ୍ରୀ ନବକ୍ରିଷ୍ଣ ଜେନା ମୁଖ୍ୟ ଅତିଥି  ଭାବେ ଯୋଗଦେଇ ଉପରୋକ୍ତ ବିଷୟ ପ୍ରକାଶ କରିଛନ୍ତି ।

                ସମ୍ମାନିତ ଅତିଥି ଭାବେ ମୁଖ୍ୟ ଊନ୍ନୟନ ଅଧିକାରୀ ତଥା  ନିର୍ବାହୀ ଅଧିକାରୀ, ଜିଲା ପରିଷଦ, ଯାଜପୁର ଶ୍ରୀ ଅଶୋକ କୁମାର ବେହୁରିଆ ଯୋଗଦେଇ କହିଲେ ଯେ, ନିଶା ଦ୍ରବ୍ୟ ସେବନର କୁପରିଣାମ ହେତୁ ଆନ୍ତର୍ଜାତିକ ନିଶା ନିବାରଣ ଦିବସ ପାଳନ ପାଇଁ ମିଳିତ ଜାତି ସଂଘ (ୟୁଏନଓ) ଦ୍ୱାରା ସ୍ଥିରିକୃତ ହୋଇ ଆଜି ଦିନ ସମଗ୍ର ବିଶ୍ୱରେ ସଚେତନତା ଜାଗ୍ରତ ପାଇଁ ପାଳନ କରାଯାଉଅଛି ।  ଏଣୁ ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ସମ୍ୱୋଧନ କରି ନିଜେ କେବେ ନିଶା ଦ୍ରବ୍ୟର ଶିକାର ହେବାନାହିଁ ଏବଂ ପାରିପାଶ୍ୱିର୍କ ଜନସାଧାରଣଙ୍କୁ ଏପରି କୁ ଅଭ୍ୟାସରେ ପଡିବାକୁ ଦେବାନାହିଁ ବୋଲି ପରାମର୍ଶ ଦେଇଥିଲେ ।

                ସମ୍ମାନିତ ଅତିଥି ଭାବେ ଉପଜିଲାପାଳ ଶ୍ରୀ ଅଂଶୁମାନ ଶତପଥୀ ଯୋଗଦେଇ କହିଲେ ଯେ, ନିଶା ଦ୍ରବ୍ୟ ସାମାଜିକ ଚଳଣିରେ ଏକ ବଡ ବ୍ୟାଧି ।  ଏହାର କୁପରିଣାମ ପରିବାରକୁ ଧ୍ୱସ୍ତ ବିଧ୍ୱସ୍ତ କରିଦିଏ ।  ଏଣୁ ଛାତ୍ର ଛାତ୍ରୀମାନେ ନିଶାଦ୍ରବ୍ୟ ବ୍ୟବହାର ନ କରି ନିଜର ମଙ୍ଗଳମୟ ଭବିଷ୍ୟତ ଗଠନ ସହ ପିତା ମାତାଙ୍କର ଲକ୍ଷ୍ୟ ପଂଳପ୍ରଦ କରନ୍ତୁ ବୋଲି ସ୍ପଷ୍ଟୋକ୍ତି ପ୍ରଦାନ କରିଥିଲେ ।

                ସମ୍ମାନିତ ଅତିଥି ଭାବେ ଅବକାରୀ ଅଧିକ୍ଷକ ଶ୍ରୀ ଅମରେନ୍ଦ୍ର ଜେନା ଯୋଗଦେଇ କହିଲେ ଯେ, ନିଶା ଦ୍ରବ୍ୟ ମାନସିକ, ଶାରିରୀକ ପ୍ରତିକ୍ରିୟା ଓ ଉତେଜନା ପ୍ରକାଶ କରେ । ନିଶା ଦ୍ରବ୍ୟ ତିନି ପ୍ରକାରର ଅଟେ  । ନାଚୁରାଲ, ସିନ୍ଥେଟିକ ଓ ସେମି-ସିନ୍ଥେଟିକ ।  ଗଂଜେଇ, ଅଫିମ ନାଚୁରାଲ ନିଶାଦ୍ରବ୍ୟ ହୋଇଥିବା ବେଳେ ବିଭିନ୍ନ ରାସାୟନିକ ପଦାର୍ଥରେ ତିଆରି  ମାଦକ ଦ୍ରବ୍ୟ ସିନ୍ଥେଟିକ ନିଶା ଓ ବ୍ରାଉନସୁଗାର, ହିରୋଇନ, କୁକିନ୍ ସେମି ସିନ୍ଥେଟିକ ନିଶା ଦ୍ରବ୍ୟ ଅଟେ ।  ସେମି ସିନ୍ଥେଟିକ ମିଶା ଦ୍ରବ୍ୟ ଅତ୍ୟନ୍ତ ମାରାତ୍ମକ ଏବଂ ଜୀବନ ହାନୀ ଘଟାଇଥାଏ । ଛାତ୍ର ଛାତ୍ରୀମାନେ ଏ ସମସ୍ତ ନିଶା ଦ୍ରବ୍ୟରୁ ବିରତି ରହି ଜୀବନରେ କୁ ସଙ୍ଗରେ ନ ପଡି ସତ୍ ସଙ୍ଗରେ ଯାଇ ଜୀବନକୁ ଗଢି ତୋଳିଲେ ଆନନ୍ଦମୟ ହେବ ବୋଲି କହିଥିଲେ ।  ସମ୍ମାନିତ ଅତିଥି ଭାବେ ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଶିବାଶିଷ ମହାରଣା ଯୋଗଦେଇ କହିଲେ ଯେ, ସାରା ବିଶ୍ୱରେ ୭୦୦ ରୁ ଅଧିକ ସଂସ୍ଥା ନିଶା ନିବାରଣ ଦିଗରେ କାର୍ଯ୍ୟ କରୁଛନ୍ତି ।  ୯ ବର୍ଷରୁ ୨୫ ବର୍ଷ ମଧ୍ୟରେ ଛାତ୍ର ଛାତ୍ରୀ ଓ ଯୁବକ ଯୁବତୀ ମାନଙ୍କର ବୟସର ପରିବର୍ତନ ହେବା ସହ ହରମୋନର ପରିବର୍ତନ ହୋଇଥାଏ ।  ଏହି ବୟସରେ କୁ ସଙ୍ଗରେ ପଡି ନିଶା ଦ୍ରବ୍ୟ ବ୍ୟବହାର ପାଇଁ ମନ ବଳାଇ ଥାନ୍ତି । ଏଣୁ ଛାତ୍ର ଛାତ୍ରୀ ଓ ଯୁବକ ଯୁବତୀମାନେ ଏହି ବୟସ ସମୟରେ ନିଜର ଭବିଷ୍ୟତ ତିଆରି ପାଇଁ କୁ ସଙ୍ଗରେ ନ ପଡିବାକୁ ପରାମର୍ଶ ଦେଇଥିଲେ ।  ଅନ୍ୟତମ ସମ୍ମାନିତ ଅତିଥି ଭାବେ ଏଡିପିଏଚଓ (ଡିସି) ଡା. ରମେଶ ଚନ୍ଦ୍ର ମଲ୍ଳ୍ିକ, ଅତିରିକ୍ତ ଜିଲା  ଅଧିକାରୀ ଶ୍ରୀ ରାଜେଶ କୁମାର ସ୍ୱାଇଁ, ବ୍ରହ୍ମା କୁମାରୀ ବି.କେ. ଲକ୍ଷ୍ମୀ, ମାନସିକ ରୋଗ ବିଶେଷଜ୍ଞ ପ୍ରପେଂସର ଡା. ସୀମା ପରିଜା ଯୋଗଦେଇ ନିଶା ସେବନର ଭୟାଭୟତା, ପ୍ରତିରୋଧ, ବର୍ଜନ ଓ ଅନୈତିକ ଚୋରା ଚାଲାଣ ରୋକିବାର ବିଭିନ୍ନ ଦିଗ ସମ୍ୱନ୍ଧରେ ବକ୍ତବ୍ୟ ରଖିଥିଲେ ।  ଶେଷରେ ମୁଖ୍ୟ ଅତିଥି ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଅନୁଷ୍ଠିତ ଚିତ୍ରାଙ୍କନ, ବକ୍ତୃତା ଓ ପ୍ରବନ୍ଧ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଟ୍ରପିଂ ଓ ସାର୍ଟିପିଂକେଟ ପ୍ରଦାନ କରିଥିଲେ । ଦିବସ  ଉପଲକ୍ଷେ ଅତିଥି ମାନଙ୍କୁ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉଦଘାଟନ ପରେ ଉତରୀୟ ଓ ପୁଷ୍ପଗୁଚ୍ଚ୍ଥ ଦେଇ ସମ୍ୱର୍ଦ୍ଧିିତ କରିବା ସହ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା ।  ଯାଜପୁର ଜିଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଅନ୍ୱେଷଣ ଥିଏଟର ଗ୍ରୁପର କଳାକାର ମାନଙ୍କ ଦ୍ୱାରା ନିର୍ଦ୍ଧେଶକ ଶ୍ରୀ ଅଭିମନୁ୍ୟ ମିଶ୍ର, ଶ୍ରୀ ବୃନ୍ଦାବନ ମିଶ୍ର ଓ ଶ୍ରୀ ଉପେନ୍ଦ୍ର କୁମାର ଜେନାଙ୍କ ନିର୍ଦ୍ଧେଶିତ ସାମାଜିକ ନାଟକ ମଦ, ଗଂଜେଇ, ଅଫିମ, ବ୍ରଉନସୁଗାର ନିବାରଣ ବିରୋଧୀ ଛାତ୍ର ଛାତ୍ରୀ ମାନଙ୍କ ଶିକ୍ଷଣୀୟ ଉପଯୋଗୀ ଚିତାକର୍ଷକ ନାଟକ ପରିବେଷଣ କରିଥିଲେ ।  ସକାଳ ଘ. ୮.୩୦ ମିନିଟ୍ ସମୟରେ ରାମ ମନ୍ଦିର ନିକଟରୁ ଗୌତମ ବୁଦ୍ଧ ସଂସ୍କୃତି ଭବନକୁ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଥିଲା ।  ଏହି ରାଲିକୁ ଦିବସର ମୁଖ୍ୟ ଅତିଥି ଶ୍ରୀ ଜେନା ଉଦ୍ଘାଟନ କରିଥିଲେ । ଦିବସର ସମସ୍ତ କାର୍ଯ୍ୟକ୍ରମକୁ ଜିଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ରବିନ୍ଦ୍ର କୁମାର ବେହେରା ସଂଚାଳନ କରିଥିବା ବେଳେ ପରିଶେଷରେ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ସଂଗ୍ରାମ ବେହୁରିଆ ଧନ୍ୟବାଦ ପ୍ରଦାନ କରିଥିଲେ । ଦିବସରେ ବିଭିନ୍ନ ସ୍କୁଲ, କଲେଜର ଛାତ୍ର ଛାତ୍ରୀ, ସମସ୍ତ ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ, ବୁଦ୍ଧିଜିବୀ, ଗଣମାଧ୍ୟମ ପ୍ରତିନିଧି, ଜିଲା ଅବକାରୀ ବିଭାଗର ନିରୀକ୍ଷକ, କନଷ୍ଟେବଳ, ସ୍ୱେଚ୍ଚ୍ଥାସେବୀ ସଂଗଠନର କର୍ମକର୍ତା ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *