କଟକ ସଦର,୨୨/୧୦/୨୦୨୫ (ଓଡ଼ିଶା ସମାଚାର ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କେଳି କଦମ୍ବ ଆଞ୍ଚଳିକ ସାଧନ କେନ୍ଦ୍ର ତଥା ଧରିଣା ପଞ୍ଚାୟତ ର ସରକାରୀ ଅର୍ଛିଲ୍ ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘ ୩୦ ବର୍ଷରୁ ଉର୍ଦ୍ଧ୍ଵ ହେଲା ଶିକ୍ଷୟିତ୍ରୀ ଭାବେ ରହି ସୁନାମ ଅର୍ଜନ କରିଥିବା ଭାରତୀ ଜେନା ଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ବିଦ୍ୟାଳୟ ପରିସରରେ ଭାବାବେଗ ପରିବେଶ ରେ ଆଜି ବୁଧବାର ଦିନ ଏକ ଅନୁଷ୍ଠିତ ହୋଇଯାଇଛି।

ଏହି ଉପଲକ୍ଷେ ଆୟୋଜିତ ସଭାରେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ, କଟକ ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତ, ପୂର୍ବତନ ଅଧ୍ୟକ୍ଷ ସାଧୁ ଜେନା, ପୂର୍ବତନ ଅଧ୍ୟକ୍ଷ ରମାପଦ ବିଶ୍ୱ।ଳ, ସରପଂଚ ରତ୍ନାକର ରାଉତ, ସମିତି ସଭ୍ୟା ସସ୍ମିତା ଦାଶ, ଶିକ୍ଷାବିତ କାଙ୍ଗାଳି ଚରଣ ବେହେରା,ସମ୍ଭୁନାଥ ବେହେରା,ସେକ୍ ଅବଦୁଲ ଵୁରାହାନ୍,ସିଆରସିସି ଜଗନ୍ନାଥ ମହାଳି,ଦୁର୍ଗା ଚରଣ ମୁର୍ମୁ,ମାଳତୀ ସୋରେନ୍, ଅନିରୁଦ୍ଧ ସ୍ୱ।ଇଁ, ପ୍ରଭାକର ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗଦେଇ ବିଦାୟୀ ଶିକ୍ଷୟିତ୍ରୀ ଭାରତୀ ଜେନା ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ।ଏହି ଅବସରରେ ଶିକ୍ଷୟିତ୍ରୀ ଙ୍କୁ ମନେ ରଖିଵା ପାଇଁ ଚାରା ରୋପଣ କରାଯାଇଥିଲା। ପରିଚାଳନା ରେ ଗ୍ରାମବାସୀଙ୍କ ସମେତ ବଳରାମ ସେଠୀ, ରମେଶ ଚନ୍ଦ୍ର ସେଠୀ ପ୍ରମୁଖ ସହାୟତା କରିଥିଲେ ।
