କଟକ ସଦର,୨୨/୧୦/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ବ୍ଲକ ଈଶାଣୀଵ୍ରହ୍ମପୁର ପଞ୍ଚାୟତ ବ୍ରାହ୍ମଣ ଭୁଇଁ ଶଂଖାରୀ କୁଦ ଓ କଟକ ସଦର ବ୍ଲକ ପ୍ରହରାଜପୁର ପଞ୍ଚାୟତ ତିନିକୋଣିଆ ଠାରେ ଅନୁଷ୍ଠିତ କାଳିପୂଜା ମଣ୍ଡପ କୁ କଟକ ସଦର ର ଅଗ୍ରଣୀ ସାମାଜିକ ସଂଗଠନ ‘ୟୁନିୟନ ଫର୍ କଟକ ସଦର ଡେଭଲପମେଣ୍ଟ’ ର ସଭାପତି ସମାଜସେବୀ ଶିକ୍ଷାବିତ ପ୍ରଫେସର ମନୋଜ ନାୟକ ପରିଦର୍ଶନ କରି ଆଶିର୍ଵାଦ ଭିକ୍ଷା କରିବା ସହିତ କଟକ ସଦରଵାସୀଙ୍କର ମଙ୍ଗଳ କାମନା କରିଛନ୍ତି।
ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସଂଗଠନ ର ବରିଷ୍ଠ ଉପଦେଷ୍ଟା ଵିଜୟ କୁମାର ନାୟକ, ପ୍ରତିଷ୍ଠାତା ବରିଷ୍ଠ ସଦସ୍ୟ ଅଭିମନ୍ୟୁ ସାହୁ,ଉଦୟ ସାସମଲ, ମଙ୍ଗୁଳି ବେହେରା,ସକୁନା ବେହେରା, ଅକ୍ଷୟ ବେହେରା,କଇନ ପୃଷ୍ଟି, ଦିଲିପ ତ୍ରିପାଠୀ,କରୁଣା ସିଂ, ମନୋରଞ୍ଜନ ଦାସ, ଶାରଦା ସାମଲ, ନୃସିଂହ ଭୋଇ,ବୁଦ୍ଧିଆ ସାମଲ,ସୁକା ଵାଵା ପ୍ରମୁଖ ସାମିଲ ହୋଇଥିଲେ।
ଏହି ଅବସରରେ ପୂଜା ମଣ୍ଡପ ପରିଦର୍ଶନ ସମୟରେ ଵୈୟାଳିସ ମୈ।ଜା ଝିଙ୍କିରିଆ ର ଘନଶ୍ୟାମ ଦେବତାଙ୍କ ଘର ପୋଡିଯିଵା ଖଵର ପାଇ ପ୍ରଫେସର ନାୟକ ତତକ୍ଷଣାତ୍ ସେଠାରୁ ଫେରିଯାଇ ବିପନ୍ନ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହିତ ସହାୟତାର ହାତ ବଢେ଼ଇଥିଵା ଜଣାପଡିଛି।
