ମାହାଙ୍ଗା,୨୯/୧୨/୨୦୨୪ (ଓଡିଶା ସମାଚାର /ଅଭୟ ଜେନା) – ସମାଜରେ ଭଲ ମଣିଷ ହେବାକୁ କେବଳ ସାଧନା, ନିଷ୍ଠା ଏବଂ ଏକାଗ୍ରତା ଜରୁରୀ ନୁହେଁ । ଗୁରୁଙ୍କ ଆଶୀର୍ବାଦ ଓ ସତ୍ୟାନୁସରଣ ଦ୍ୱାରା ମଣିଷ ଉଚ୍ଚ ସୋପାନରେ ପହଂଚି ପାରେ । ମାହାଙ୍ଗା ବ୍ଲକର ବିରୂପା-ଗେଙ୍ଗୁଟି ଦ୍ବୀପାଞ୍ଚଳ ଅନ୍ତର୍ଗତ କୁହୁଣ୍ଡା ପଞ୍ଚାୟତ ସ୍ଥିତ,ରଘୁନାଥ ବିଦ୍ୟାପୀଠ କୋଠପଦା ଠାରେ, ରବିବାର ଦିନ ଶିକ୍ଷକ ସମ୍ବର୍ଦ୍ଧନା ସମାରୋହ ବଂଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ବିଦ୍ୟାଳୟର ପୁରାତନ ଛାତ୍ର ତଥା ବରିଷ୍ଠ ସାମ୍ବାଦିକ ଅଖିଳେଶ ପଦ ମହାନ୍ତିଙ୍କ ଅଧ୍ୟକ୍ଷତା କରିଥିଲେ । ବିଦ୍ୟାଳୟର ୨୦୦୩ ବ୍ୟାଚର ବିଦ୍ୟାର୍ଥୀ ମାନଙ୍କ ପକ୍ଷରୁ ଗଣକବି ବୈଷ୍ଣବ ପାଣିଙ୍କ ମଞ୍ଚରେ ଏହି ଭବ୍ୟ ଉତ୍ସବର ଆୟୋଜନ କରାଯାଇଥିଲା ।
ବିଦ୍ୟାଳୟର ପୁରାତନ ଛାତ୍ର ତଥା ଆଦର୍ଶ ଶିକ୍ଷକ ବଟ କିଶୋର ପଣ୍ଡା, ଆଦର୍ଶ ଶିକ୍ଷୟିତ୍ରୀ ଶାନ୍ତିଲତା ଦେବୀ, ଆଦର୍ଶ ଶିକ୍ଷକ କ୍ଷୀରୋଦ ଚନ୍ଦ୍ର ପତି, ବର୍ଷିଆନ ଶିକ୍ଷକ ଅନନ୍ତ କିଶୋର ସାହୁ,ପ୍ରାକ୍ତନ ପ୍ରଧାନଶିକ୍ଷକ କିଶୋର ଚନ୍ଦ୍ର ଦାଶ, ପ୍ରାକ୍ତନ ଶିକ୍ଷକ ମୋହି ଉଦ୍ଦିନ ଖାଁ, ବିଦ୍ୟାଳୟର ପ୍ରାକ୍ତନ ଶିକ୍ଷକ ନଗେନ ବେହୁରା, ପୂର୍ବତନ ସରପଞ୍ଚ ତଥା ପୁରାତନ ଛାତ୍ର ହେମନ୍ତ ପ୍ରଧାନଙ୍କୁ ଉତ୍ତରୀୟ, ପୁଷ୍ପଗୁଛ ଏବଂ ବିଭିନ୍ନ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।
ବିଦ୍ୟାର୍ଥୀ ମାନେ ସବୁବେଳେ ସମାଜ ପାଇଁ ମହତକାର୍ୟ୍ୟ କରିବା ସହିତ, ମାନବୀୟ ମୂଲ୍ୟବୋଧ ଅକ୍ଷୁର୍ଣ୍ଣ ରଖିବାକୁ ବରିଷ୍ଠ ଶିକ୍ଷକ ମାନେ ଆହ୍ୱାନ ଦେଇଥିଲେ । ଏହି କାର୍ୟ୍ୟକ୍ରମରେ ପୁରାତନ ଛାତ୍ର ଆଶୀଷ କୁମାର ରାଉତ, ମୃତ୍ୟୁଞ୍ଜୟ ସାହୁ, ଦେବେନ୍ଦ୍ର ସାହୁ, ହରେକୃଷ୍ଣ ସାହୁ, ମନୋରଞ୍ଜନ ମୁଦୁଲି, ଦେବୀ ପ୍ରସାଦ ମହାରଣା, ବାଳକୃଷ୍ଣ ମୁଦୁଲି, ଶ୍ରାବଣୀ ମହାନ୍ତି, ଚିତ୍ତରଞ୍ଜନ ମୁଦୁଲି, ବାଦଲ କୁମାର ଯେନା, ସେକ ଅକିଲ ତୁଲ୍ଲା, ଆନନ୍ଦ କୁମାର ସାହୁ, ଶାରଦା ପ୍ରସାଦ ମହାରଣା, ମିନାକ୍ଷୀ ସାହୁ, ରଶ୍ମିତା ମହାନ୍ତି, ସୁହାନା ବେଗମ, ନିରଞ୍ଜନ ସାହୁ, ଦେବୀପ୍ରସାଦ ଦାସ, ଶକୁନ୍ତଳା ସାହୁ, ବିକାଶ ବିଶ୍ୱାଳ, ଧ୍ରୁବ ଚରଣ ପଳେଇ ପ୍ରମୁଖ ବହୁ ପୁରାତନ ଛାତ୍ର ଛାତ୍ରୀ ମାନେ ଯୋଗଦେଇ ରଘୁନାଥ ବିଦ୍ୟାପୀଠର ଗୌରବମୟ ଗାଥା ଉପରେ ଆଲୋକପାତ କରିବା ସହିତ ଜୀବନରେ ଗୁରୁଙ୍କ ଆଶୀର୍ବାଦ କେବେବି ବ୍ୟର୍ଥ ଯାଏନି ବୋଲି ସ୍ୱୀକାର କରିଥିଲେ । ଅଜୟ କୁମାର ନନ୍ଦ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ ।
ଶିକ୍ଷକ ସମ୍ବର୍ଦ୍ଧନା ଓ ପୁରାତନ ଛାତ୍ରଙ୍କ ବଂଧୁ ମିଳନ ସମାରୋହ
