ହୃଦଘାତରେ ବରିଷ୍ଠ ବ୍ୟବସାୟୀ ନବୀନ ସାହୁ ଙ୍କ ପରଲୋକ ।

ଜୁନାଗଡ଼,୨୨/୧୦/୨୦୨୫ (ଓଡ଼ିଶା ସମାଚାର /ରାକେଶ ବେମାଲ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ ଏମଜି ରୋଡ଼ ରେ ବାସ କରି ରହୁଥିବା ବରିଷ୍ଠ ବ୍ୟବସାୟୀ ନବୀନ ସାହୁ ୫୫ ସୋମବାର ଦିନ ସାରା ଦେଶରେ ଆଲୋକର ପର୍ବ ଦୀପାବଳି ପର୍ବ ଧୁମଧାମରେ ପାଳିତ ହେଉଥିବା ବେଳେ ନବୀନ ସାହୁ ମଧ୍ୟ ରାତିରେ ପରିବାର ସହିତ ଦୀପାବଳି ପର୍ବ ହସ ଖୁସିରେ ପାଳନ କରି ଥିଲେ । ପରେ ପରିବାର ସହିତ ଖାଇ ସାରି ଶୋଇବାକୁ ଯାଇଥିଲେ ।

ଠିକ ପାହାନ୍ତିଆ ସମୟରେ ଛାତିରେ ଟିକେ ଯନ୍ତ୍ରଣା ଅନୁଭବ କରିବାରୁ ସ୍ଥାନୀୟ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ।ସେଠାରେ ଚିକିତ୍ସିତ ପରେ ଘରକୁ ଫେରିବା ବେକେ ନିଜ ଗାଡିକୁ ବସିବା ପାଇଁ ଆସି ଗାଡି ଚକ ସାମନାରେ ବସି ପଡ଼ି ଥିଲେ ।ଠିକ ଏହି ସମୟରେ ସେ ହୃଦଘାତର ଶିକାର ହୋଇ ମୃତ୍ୟୁ ବରଣ କରିଥିଲେ ।ତାଙ୍କର ମୃତ୍ୟୁ ଖବର ପ୍ରଚାର ହେବା ମାତ୍ରେ ଜୁନାଗଡ଼ ସହର ସ୍ତବ୍ଧ ଓ ନିରବ ରହିଲା ।ସେ ଜଣେ ସରଳ ଏବଂ ମେଳାପୀ ବ୍ୟକ୍ତି ଥିଲେ ।

ସହରର ପ୍ରତେକ କାର୍ଯ୍ୟକ୍ରମରେ ସାମିଲ ହେଉଥିଲେ । କୁବେର ସମାଜର କୋଷ।ଧ୍ୟକ୍ଷ ରହିଥିଲେ । ତାଙ୍କ ଏକ ମାତ୍ର ପୁଅ ବାବୁ କୁନାଲ ମୁଖାଗ୍ନି ଦେଇଥିଲେ ।ନିକଟସ୍ଥ ହାତୀ ନଦୀରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା ।ଏଥିରେ କୁବେର ସମାଜର ସମସ୍ତ କର୍ମକର୍ତ୍ତା ,ଜୁନାଗଡ଼ ସହରର ମାନ୍ୟ ଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ ।

Leave a Reply

Your email address will not be published. Required fields are marked *