କଟକ ସଦର,୧୪/୧୦/୨୦୨୫ (ଓଡ଼ିଶା ସମାଚାର/ବିଷ୍ଣୁ ବେହେରା): କଟକ ସଦର ର ଜଣାଶୁଣା ବିଜେଡ଼ି ନେତା ତଥା ଅରିଲୋ ପଞ୍ଚାୟତ ର ବିଜେଡ଼ି ସଭାପତି ସ୍ୱର୍ଗତ ଆଲୋକ ରଂଜନ ଖଣ୍ଡୁଆଳ (ନାଲୁ)ଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ କଟକ ସଦର ର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଚନ୍ଦ୍ର ସାରଥି ବେହେରା, କଟକ ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତ, ସଦର ବିଜେଡ଼ି ସଭାପତି ପ୍ରମୋଦ ମହାପାତ୍ର,ସମର ବେହେରା,ଶରତ ରାୟ, ପୂର୍ବତନ ସରପଂଚ ଅକ୍ଷୟ ସାହୁ, ଚିତ୍ତରଞ୍ଜନ ବେହେରା,କମଳା ଖୁଣ୍ଟିଆ ପ୍ରମୁଖ ବହୁ ବ୍ୟକ୍ତିବିଶେଷ ଯୋଗଦେଇ ଆଲୋକ ଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରିବା ସହିତ ତାଙ୍କର ସମାଜସେଵା ସମ୍ପର୍କରେ ଆଲୋକପାତ କରିଥିଲେ।
ସେହିପରି କନ୍ଦରପୁର ଅଞ୍ଚଳର ଜଣାଶୁଣା ସମାଜସେବୀ ତଥା ସାମ୍ବାଦିକ ଚକ୍ରବର୍ତ୍ତୀ ଓତା ଙ୍କର ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ସରସ୍ୱତୀ କଳା ପରିଷଦ ପକ୍ଷରୁ ଆୟୋଜିତ ଏଵଂ ସେବକ ଇଂ ଶ୍ରୀକାନ୍ତ ଙ୍କ ପୈ।ରୋହିତ୍ୟରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ଯୋଗଦେଇ ଶ୍ରଦ୍ଧାସୁମନ ଅର୍ପଣ କରିବା ସହିତ ଆଗାମୀ ଦିନରେ ଚକ୍ରବର୍ତ୍ତୀ ଙ୍କ ପରିବାର ସହିତ ସବୁ ସମୟରେ ରହିବେ ବୋଲି କହିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବହୁ ବ୍ୟକ୍ତିଵିଶେଷ ଓ ଚକ୍ରବର୍ତ୍ତୀ ପ୍ରେମୀ ଯୋଗଦେଇ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ।
