କଟକ ସଦର,୧୪/୧୦/୨୦୨୫ (ଓଡ଼ିଶା ସମାଚାର/ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ଵୈୟାଳିଶ ମୌଜା କୂଳ ସରିଚୁଆଁ ପଞ୍ଚାୟତ ଚାନ୍ଦୁଲି ଠାରେ କାଠଯୋଡି ଓ ସେଢୁଆ ନଦୀ ମଝିରେ ଥିବା ପ୍ରସିଦ୍ଧ ଵଳିଵାମନ ପୀଠର ଉନ୍ନତି କରଣ ପାଇଁ କଟକ ସଦର ବ୍ଲକ ପକ୍ଷରୁ ୫୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ହେବାକୁ ଥିବା କାର୍ଯ୍ୟ ର ଆଜି କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ଶିଳାନ୍ୟାସ କରିଛନ୍ତି।
ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଵିଡିଓ ପ୍ରତୀକ ସାହୁ, ସମୀର ପଣ୍ଡା, ସରପଂଚ ବନମାଳୀ ବିହାରୀ, କୃଷକ ମୋର୍ଚ୍ଚା ରାଜ୍ୟ ଉପସଭାପତି ହୃଷିକେଶ ଜେନା ପ୍ରମୁଖ ଯୋଗ ଦେଇଥିଲେ। ଏଥିସହିତ ବିଧାୟକ ପ୍ରକାଶ ସେଠୀ ଙ୍କ କରକମଳରେ କାଠଯୋଡି ନଦୀ ର ପରମହଂସ ଗୋବିନ୍ଦପୁର ସେତୁ ଉପରେ ସୋଲାର ଆଲୋକୀକରଣ ଵ୍ୟଵ୍ୟସ୍ଥା ଉଦଘାଟିତ ହୋଇଥିବା ଜଣାପଡିଛି।
