ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଶୁକରପଡା ରେ ମେଗା ରକ୍ତଦାନ ଶିବିର , ୩୨୦ ୟୁନିଟ ରକ୍ତ ସଂଗୃହିତ

ନିଶ୍ଚିନ୍ତକୋଇଲି,୨୩/୦୯/୨୦୨୫ ( ଓଡିଶା ସମାଚାର/ ଅଭୟ ଜେନା ) – ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ତମ ଜନ୍ମଜୟନ୍ତୀ ପାଳନ ଅବସରରେ ବିଭିନ୍ନ ନିର୍ବାଚନ ମଣ୍ଡଳୀ ରେ ରକ୍ତଦାନ ଶିବିର ମାନ ଆୟୋଜନ ହେଉଛି ।

ଏହି କ୍ରମରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ନିଶ୍ଚିନ୍ତକୋଇଲି ବ୍ଲକ ସୁକରପଡା ଡାକ ବଙ୍ଗଳା ଠାରେ ମାହାଙ୍ଗା ବିକାଶ ପରିଷଦ ଆନୁକୂଲ୍ୟରେ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହେଇଯାଇଛି । ଏହି ରକ୍ତଦାନ ଶିବିରରେ ମାହାଙ୍ଗା ବିଧାୟକ ଶାରଦା ପ୍ରସାଦ ପ୍ରଧାନ ଓ ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ ଯୋଗଦେଇ ରକ୍ତଦାନ ର ମହତ୍ୱ ଉପରେ ଆଲୋକପାତ କରିଥିଲେ ।  ଏହି ରକ୍ତଦାନ ଶିବିର ରେ ୩୨୦ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା ।  କାର୍ଯ୍ୟକ୍ରମ କୁ କାର୍ଯ୍ୟକର୍ତା ମାନେ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *